www.samajalive.in
Sunday, December 7, 2025
26.1 C
Bhubaneswar

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ମହିଳାମାନଙ୍କ ପାଇଁ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‍ଘାଟିତ

ଲାଞ୍ଜିଗଡ଼ : ବେଦାନ୍ତ ଲିମିଟେଡ଼୍‍, ଲାଞ୍ଜିଗଡ଼ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ୍‍ ଅନ୍ତର୍ଗତ ଆଶ୍ରମପଡ଼ା ଠାରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦ୍‍ଘାଟନ ହୋଇଛି। ଶକ୍ତିମୟୀ ଫାଉଣ୍ଡେସନ୍‍ ସହିତ ମିଳିତ ଭାବେ କମ୍ପାନୀ ଏହି ୟୁନିଟ୍‍ର ପ୍ରତିଷ୍ଠା କରିଛି। ଯାହାକି ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ବେଦାନ୍ତର ସଖି ପ୍ରକଳ୍ପର ଏକ ସର୍ବୋଚ୍ଚ ସଂସ୍ଥା। ସିଲେଇ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଦେଶ୍ୟ ଆଲୁମିନା ରିଫାଇନାରି ୟୁନିଟ୍‍ର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ମହିଳା ମାନଙ୍କ ମଧ୍ୟରେ ଜୀବିକାଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେବା।
ପ୍ରଶିକ୍ଷଣୟୁନିଟ୍‍ର ଉଦ୍‍ଘାଟନ ଲାଞ୍ଜିଗଡ଼ ବ୍ଲକ ଉନ୍ନୟନ ଅଧିକାରୀ  ଜିତେନ୍ଦ୍ର କୁମାର ମିଶ୍ରାଙ୍କ ଦ୍ୱାରା କରାଯାଇଛି। ଏହି ଅବସରରେ ସୁଶ୍ରୀ ମନୀମାଝୀ, ସରପଞ୍ଚ, ଲାଞ୍ଜିଗଡ଼ ଏବଂ ଶ୍ରୀମତୀ ଜ୍ୟୋତ୍ସ୍ନା ମିଶ୍ର, ଆଇ.ସି.ଡି.ଏସ୍‍. ପର୍ଯ୍ୟବେକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟ ଦ୍ୱାରା ପ୍ରେରିତ ଏହି କେନ୍ଦ୍ରଟି, ଏହି କ୍ଷେତ୍ରର ମହିଳାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବ, ଯଦ୍ୱାରା ସେମାନେ ନିଜର ଉଦ୍ୟୋଗ ଆରମ୍ଭ କରିପାରିବେ ଏବଂ ନିଜକୁ ଏକ ସୁକ୍ଷ୍ମ ଉଦ୍ୟୋଗୀ ରୂପରେ ସ୍ଥାପିତ କରି ପାରିବେ। ଆଜି ପର୍ଯ୍ୟନ୍ତ, ପ୍ରଥମ ପର୍ଯ୍ୟାୟ ରେ ଜିଲ୍ଲାର ପ୍ରାୟ ୮ଟି ଗାଁର ଆନୁମାନିକ ୩୫ ଜଣ ଶିକ୍ଷାର୍ଥିଙ୍କୁ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବ୍ୟାଚ୍‍ ଭାବେ ଦାଖଲ କରାଯାଇଛି।

ଏହି ଉଦ୍ୟମ ବିଷୟରେ କହିବାକୁ ଯାଇ, ଲାଞ୍ଜିଗଡ଼ ୟୁନିଟ୍‍ର ମୁଖ୍ୟ ପରିଚାଳନା ଅଧିକାରୀ, ଶ୍ରୀରାକେଶ ମୋହନ କହିଛନ୍ତି, “ବେଦାନ୍ତରେ ଆମେ ବିଶ୍ୱାସକରୁ ଯେ, ବ୍ୟକ୍ତିକୁ ଆତ୍ମନିର୍ଭର ହେବାକୁ ହେଲେ କୌଶଳର କୌଣସି ଏକ ନିର୍ଦ୍ଦିଷ୍ଟ ଶିକ୍ଷା ହାସଲ କରିବା ଦରକାର। ଏହି ଆତ୍ମନିର୍ଭରତା ପ୍ରତି ଶିକ୍ଷାର୍ଥିମାନଙ୍କର ପ୍ରଥମ ବ୍ୟାଚ୍‍ ପାଇଁ ଏକ ନୂଆ ଯାତ୍ରାର ଶୁଭାରମ୍ଭ। ସେମାନେ ଏହି ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ନିଜକୁ ଆଗକୁ ବଢ଼ିବା ପାଇଁ ଆର୍ଥିକ ସ୍ୱତନ୍ତ୍ରତା ପ୍ରାପ୍ତି କରିବା ପରେ ନିଜସ୍ୱ ସିଲେଇ କେନ୍ଦ୍ର ଆରମ୍ଭ କରିପାରିବେ। ମହିଳାସଶକ୍ତିକରଣ ଆମର ସାମୁହିକ ବିକାଶ ଯୋଜନାର ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର। ଏହି କାର୍ଯ୍ୟକ୍ରମ ଏଥିପ୍ରତି ଆମର ପ୍ରୟାସକୁ ପ୍ରେରଣା ଯୋଗାଇବଏବଂଏହିକ୍ଷେତ୍ରରମହିଳାମାନଙ୍କୁ ଆର୍ଥିକ ଆୟର ଏକ ନିରନ୍ତର ସ୍ରୋତ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ପାଇଁ ସାହାଯ୍ୟ କରିବ। ଆମେ ଏହି ପ୍ରଶିକ୍ଷାର୍ଥିଙ୍କଜୀବନ ବଦଳାଇବା ଯାତ୍ରାରେ ଏକ ଭୂମିକା ନିର୍ବାହ କରି ଧନ୍ୟ ମନେ କରୁଛୁ ଏବଂ ଆଗାମୀ ବ୍ୟାଚରେ ପ୍ରଶିକ୍ଷାର୍ଥୀମାନଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାର ଆଶା କରୁଛୁ ତେବେ ଆମେ ଏକସଂଗରେ ଆତ୍ମନିର୍ଭର ଭାରତର ନିର୍ମାଣ କରିପାରିବା।”
ମହିଳାସଶକ୍ତିକରଣ ଆଡ଼କୁ ନିଜର ଭାଗିଦାରି ଦ୍ୱାରା ବେଦାନ୍ତ ଲାଞ୍ଜିଗଡ଼ ଅନେକ ଜୀବିକା ବୃଦ୍ଧି, କୌଶଳ ବିକାଶ ଏବଂ କ୍ଷମତା ନିର୍ମାଣ ପାଇଁ ଅବସର ଯୋଗାଇ ଦେଇଛି। ବେଦାନ୍ତ ଲାଞ୍ଜିଗଡ଼ ଅନେକ ନୂଆ ଜୀବିକା ବୃଦ୍ଧି ପରିଯୋଜନା ମଧ୍ୟ ଆରମ୍ଭ କରିଛି, ଯେଉଁଥିରେ କୁକୁଡ଼ାପାଳନ, ଛତୁ ଚାଷ, ମୋ-ବଗିଚା କାର୍ଯ୍ୟକ୍ରମ ମାଧ୍ୟମରେ ବଗିଚା, ସୌରା ଆଦିବାସୀ କଳା ପୁନଃରୁଦ୍ଧାର ଆଦି ଏହାର ଅନ୍ତର୍ଭୁକ୍ତ। ଲକ୍‍ଡାଉନ୍‍ ସମୟରେ, ୟୁନିଟ୍‍ ମହିଳା ସ୍ୱୟଂସହାୟତା ସମୁହର ସଦସ୍ୟମାନଙ୍କୁ ବଡ଼ ପରିମାଣରେ ବିତରଣ ପାଇଁ ମାସ୍କସିଲେଇ ପାଇଁ ପ୍ରୋତ୍ସାହିତ କଲା ଏବଂସେମାନଙ୍କୁ ଆୟ କରିବାର ଏକ ବିକଳ୍ପସ୍ରୋତ ପ୍ରଦାନ କଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories