www.samajalive.in
Tuesday, December 9, 2025
16.1 C
Bhubaneswar

କୋଶଲି ଫିଲ୍ମ ‘ଡୋର୍’ର ପ୍ରିମିୟର ଶୋ’

ପାଟଣାଗଡ:ଜେସି କ୍ରିଏସନ୍ସ ନିବେଦିତ ତଥା ମୃତ୍ୟୁଞ୍ଜୟ ରାଉତ ନିର୍ଦ୍ଦେଶିତ କୋଶଲି ଫିଲ୍ମ ‘ଡୋର୍’ର ପ୍ରମିୟର ଶୋ’ ବୁଧବାର ସଂଧ୍ୟାରେ ସ୍ଥାନୀୟ ସୁଭଦ୍ରା ଭବନରେ ପ୍ରଦର୍ଶିତ ହୋଇଛି। ସାମ୍ବାଦିକ ମନୋରଞ୍ଜନ ଯୋଷୀ, ବିଶିଷ୍ଟ କଳାକାର ଅନ୍ତର୍ଯ୍ୟାମୀ ମେହେର ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଭାଇ-ଭଉଣୀଙ୍କ ନିବିଡତା, ପ୍ରେମ ଓ ଉତ୍ସର୍ଗକୁ ନେଇ ‘ଡୋର’ ଚଳଚ୍ଚିତ୍ର ଗତିଶୀଳ। ସଂଘର୍ଷମୟ ଜୀବନରୁ କଳା ଓ କଳାକାରଙ୍କ ନିଖୁଣ ଅଭିନୟ ଓ କୌଣସି ଏକ ଆବେଗଧର୍ମୀ ଚଳଚ୍ଚିତ୍ର ପାଇଁ ଏ ଅଞ୍ଚଳରେ ଭରପୁର କାହାଣୀ ରହିଥିବା ଶ୍ରୀ ଯୋଷୀ କହିଥିଲେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ପ୍ରଯୋଜକ ଯୋଗିନ୍ଦ୍ର ମେହେର, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ରାଉତ ମଞ୍ଚାସୀନ ଥିଲେ। ଏହି ସୋରେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସହ ପ୍ରମୁଖ ଭୂମିକାରେ ଲଳିତ ପୂଝାରୀ, ଆଶୁତୋଷ ମିଶ୍ର, ପିକୁ ପାଣିଗ୍ରାହୀ, କାର୍ତ୍ତିକ ମେହେର, ପ୍ରବୀଣ କୁମାର ପୁରୋହିତ, ସବିତା ମହରା, ଶିଶୁ କଳାକାର ଅଂଶୁମାନ ମେହେର, ସାନୟା ମେହେରଙ୍କ ସମେତ ଅନ୍ୟ ବହୁ କଳାକାର ତଥା କାହାଣୀ ରଚନା କରିଥିବା ସାଗରିକା ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ। ସହରର ବହୁ ବୁଦ୍ଧୀଜୀବୀ ତଥା ବହୁ ବ୍ୟକ୍ତି ଉପସ୍ଥିତ ରହି ଚଳଚ୍ଚିତ୍ରଟିକୁ ଉପଭୋଗ କରିଥିଲେ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories