www.samajalive.in
Tuesday, December 9, 2025
26.1 C
Bhubaneswar

ଚୋରଙ୍କ ଚମ୍ବଲ ‘ଚୁଡାପାଲି’

ଚୁଡାପାଲି :ବଲାଙ୍ଗିର ସଦର ବ୍ଲକ ଚୁଡାପାଲିରେ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଅପରାଧିକ କାର୍ଯ୍ୟକଳାପ ସହ ଅବାଧ ମଦ ବିକ୍ରି ଓ ଚୋରି ଡକାୟତି କ୍ରମାଗତ ଭାବେ ବୃଦ୍ଧି ପାଉଥିଲେ ବି ଏହି ଅଞ୍ଚଳ ଅଣଦେଖା ହୋଇ ରହିଛି। ଗତ କିଛି ବର୍ଷର ତଥ୍ୟ ନେଲେ ଏହି ଅଞ୍ଚଳରୁ ହୋଇଥିବା ଚୋରୀ, ଡକାୟତି, ଲୁଟ୍ ଘଟଣାରେ ପୁଲିସ କାହାରିକୁ ଗିରଫ କରିପାରି ନାହିଁ କି ଚୋରୀ ସାମଗ୍ରୀ ଉଦ୍ଧାର କରି ନାହିଁ। କେବଳ ମାମଲା ରୁଜୁ ହୋଇଛି ଓ ତା’ପରେ ସବୁକିଛି ଚୁପ୍।
ବୁଧବାର ରାତିରେ ଚୁଡାପାଲିର ଚାଷୀ ବସୁ ମେହେରଙ୍କ ବିଲରୁ ୩ ଏଚ୍‌ପି ମୋଟର ଚୋରୀ ଯାଇଥିବାର ଅଭିଯୋଗ ହୋଇଛି। କେବଳ ଶ୍ରୀ ମେହେର ନୁହେଁ, ମୋଟର ଚୋରୀ ଏକ ମାମୁଲି କଥା ଏହି ଅଞ୍ଚଳରେ। ବିଶେଷ କରି ଚାଷ ପାଇଁ ଲୋକେ ଜମିରେ ପାଣି ମଡାଇବା ପାଇଁ ମଟର୍ ବ୍ୟବହାର କରୁଥିବା ବେଳେ ଚୋରମାନଙ୍କ ନଜର ଏହି ମଟର୍ ଉପରେ। ସେହିପରି ବୁଧୁବାର ରାତିରେ ଜଣେ ବ୍ୟବସାୟୀଙ୍କ ପଲସର ମଟର ସାଇକେଲ ଘରୁ ଚୋରୀ ହୋଇଥିଲା। ସକାଳେ ଅନ୍ୟତ୍ର ବାଇକ୍ ଥିବା ଦେଖିବାକୁ ମିଳିଥିଲା। ବାଇକର ଆଗ ଚକ ପଂକଚର ହେବାରୁ ଚୋର କିଛି ବାଟ ନେଇ ଛାଡି ଚାଲି ଯାଇଥିବା ସନ୍ଦେହ କରାଯାଉଛି। ମଙ୍ଗଳବାର ଦିନ ରାତିରେ ଚୁଡାପାଲିର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘରର ସମସ୍ତ ସଦସ୍ୟ ଏକ ବିବାହ ଭୋଜିକୁ ଯାଇଥିଲେ। ଏହାର ସୁଯୋଗ ନେଇ ଘରର ୩ଟି ତାଲା ଆଲମିରା ଭାଙ୍ଗି ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା, ୩ଭରି ସୁନା, ୭ ଭରି ରୁପା ସହ ଏଟିଏମ କାର୍ଡ ଚୋରୀ ହୋଇଥିବାର ଥାନାରେ ଅଭିଯୋଗ ହୋଇଥିଲା। ଜାନୁୟାରୀ ମାସରେ ଚୁଡାପାଲି ଓ ଢୁଲୁଶର ଗ୍ରାମର ୩ଜଣ ଚାଷୀ ରବି ଘିବେଲାଙ୍କ ୩ ଏଚ୍‌ସି ମୋଟର ଚୋରମାନେ ଚୋରୀ କରି ନେଇ ଯାଇଥିବାର ଅଭିଯୋଗ ହୋଇଥିଲ। ସେହିପରି ଢୁଲୁଶର ଗ୍ରାମର ଚାଷୀ ଜଗଦୀଶ ଘିବେଲାଙ୍କ ମୋଟର କାଟି ନେଇ ନଦୀ ମଧ୍ୟରେ କୌଣସି କାରଣରୁ ପକାଇ ଚାଲି ଯାଇଥିବା ବେଳେ ଚୁଡାପାଲିର ଚାଷୀ ଅଶ୍ୱିନୀ ନାଏକଙ୍କ କ୍ଷେତରେ ଥିବା ଘରର କବାଟ ଭାଙ୍ଗି ଦେଇ ସେଥିରୁ ସଂପୃକ୍ତ ଲାଇନ ଘର କାଟି ପମ୍ପ ଚୋରୀ କରିବାର ଉଦ୍ୟମରେ ବିଫଳ ହୋଇଥିଲେ। ତିନି ଚାଷୀ ଚୁଡାପାଲି ବିଟ୍ ହାଉସର ଅଧିକାରୀଙ୍କୁ ଅବଗତ କରାଇବା ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା କିନ୍ତୁ ଫଳ ଶୂନ।
ଏଇ କିଛି ମାସ ମଧ୍ୟରେ ଚୁଡାପାଲି ହରଗୌରୀ ମନ୍ଦିର, କାଳୀ ମନ୍ଦିର, ହନୁମାନ ମନ୍ଦିରରୁ ଚୋରୀ, ଘର ବା ଦୋକାନ ବାହାରେ ରହୁଥିବା ଗାଡିରୁ ବ୍ୟାଟେରୀ, ଏୟାରଟେଲର ବ୍ୟାଟେରୀ, ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଚୋରୀ, ହସପିଟାଲରୁ େଚାରୀ ତଥା ବହୁ ଦୋକାନର କବାଟ ତାଲା ଭାଙ୍ଗି ଚୋରୀ ହୋଇଥିବାର ନଜିର ରହିଛି। ଏସଂପର୍କରେ କେତେକ ଲୋକ ପୁଲିସରେ ଅଭିଯୋଗ କରୁଥିବାବେଳେ ଆଉ କିଛି ଭାଗ୍ୟକୁ ନିନ୍ଦା କରି ଚୁପ ରହୁଛନ୍ତି। ଏଥି ପାଇଁ ଜନସାଧାରଣ ଆତଙ୍କିତ ରହିବା ସହିତ ଅସୁରକ୍ଷିତ ମନେ କରୁଛନ୍ତି। ଚୋରୀ ରୋକିବା ସହିତ ପୁଲିସର କଡା ପହରା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories