www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ଵର ୧୦୦ ଉଦୀୟମାନ ନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟ, ଜାଣନ୍ତୁ ସେ କିଏ

ନ୍ୟୁୟର୍କ: ଭବିଷ୍ୟତର ୧୦୦ ଉଦୀୟମାନ ନେତାଙ୍କ ତାଲିକା ଜାରି କରିଛି ‘ଟାଇମ୍‌’ ମାଗାଜିନ। ଏଥିରେ ଏକମାତ୍ର ଭାରତୀୟ ଭାବେ ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦଙ୍କ ନାମ ସ୍ଥାନ ପାଇଛି। ଏହା ସହିତ ବିଦେଶରେ ରହୁଥିବା ୫ ଭାରତୀୟ ବଂଶୋଦ୍ଭବଙ୍କ ନାମ ମଧ୍ୟ ତାଲିକାରେ ରହିଛି। ସେମାନଙ୍କ ମଧ୍ୟରେ ଟ୍ବିଟରର ବରିଷ୍ଠ ଓକିଲ ବିଜୟା ଗାଡ୍‌ଡେ ଏବଂ ବ୍ରିଟେନ ଅର୍ଥ ମନ୍ତ୍ରୀ ଋଷି ସୁନକଙ୍କ ନାମ ସାମିଲ ଅଛି।

ଗତ ବୁଧବାର ଜାରି ହୋଇଥିବା ‘୨୦୨୧ ଟାଇମ ୧୦୦ ନେକ୍ସଟ’ ଦୁନିଆର ସବୁଠୁ ପ୍ରଭାବଶାଳୀ ୧୦୦ ବ୍ୟକ୍ତିଙ୍କ ‘ଟାଇମ ୧୦୦’ ଶୃଙ୍ଖଳାର ବିସ୍ତାର ରୂପ। ଏଥିରେ ବିଶ୍ଵର ୧୦୦ ଉଦୀୟମାନ ନେତାଙ୍କୁ ସାମିଲ କରାଯାଇଛି, ଯେଉଁମାନେ ଭବିଷ୍ୟତକୁ ନୂଆ ରୂପ ଦେଉଛନ୍ତି। ‘ଟାଇମ ୧୦୦’ର ସମ୍ପାଦକୀୟ ନିର୍ଦେଶକ ଡେନ୍‌ ମ୍ୟାକ୍‌ସାଇ କହିଛନ୍ତି, ଏହି ତାଲିକାରେ ସାମିଲ ସମସ୍ତ ବ୍ୟକ୍ତି ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି। ବାସ୍ତବରେ ଅନେକ ବ୍ୟକ୍ତି ଇତିହାସ ରଚିସାରିଛନ୍ତି।

- Advertisement -

ଭାରତୀୟ ବଂଶୋଦ୍ଭବମାନଙ୍କ ମଧ୍ୟରେ ଇନ୍‌ଷ୍ଟାକାର୍ଟର ସଂସ୍ଥାପକ ତଥା ସିଆଇଓ ଅପୂର୍ବା ମେହତା ଏବଂ ଏନଜିଓ ‘ଗେଟ୍‌ ଅସ୍‌ ପିପିଆଇ’ର କାର୍ଯ୍ୟକାରୀ ନିର୍ଦେଶକ ଶିଖା ଗୁପ୍ତା ଓ ଅନ୍ୟ ଏକ ଏନଜିଓ ‘ଅପ୍‌ସୋଲ୍‌ଭ’ର ରୋହନ ପଭୁଲୁରୀ ସାମିଲ ଅଛନ୍ତି।

ଟାଇମ ପତ୍ରିକାରେ ଭୀମ୍‌ ଆର୍ମି ନେତା ଆଜାଦ(୩୪)ଙ୍କ ସମ୍ପର୍କରେ କୁହାଯାଇଛି ଯେ, ସେ ଦଳିତ ସମୁଦାୟଙ୍କୁ ଶିକ୍ଷା ଜରିଆରେ ଗରିବୀରୁ ବାହାରକୁ ଆଣିବାରେ ସହଯୋଗ କରିବା ପାଇଁ ସ୍କୁଲ ଚଳାଉଛନ୍ତି ଏବଂ ସେ ବହୁତ ଆକ୍ରାମକ ବ୍ୟକ୍ତି। ସେ ବାଇକ୍‌ ରାଲି କରି ଜାତି ଆଧାରିତ ହିଂସାର ଶିକାର ଲୋକଙ୍କ ରକ୍ଷା ପାଇଁ ଗାଁକୁ ଯାଆନ୍ତି ଏବଂ ଭେଦଭାବ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆୟୋଜନ କରନ୍ତି। ଆଜାଦ ଏବଂ ଭୀମ୍‌ ଆର୍ମି ଉତ୍ତର ପ୍ରଦେଶର ହଥରସରେ ୧୯ ବର୍ଷୀୟା ଯୁବତୀଙ୍କ ସହ ଗଣବଳାତ୍କାର ମାମଲାରେ ନ୍ୟାୟ ପାଇଁ ଏକ ଅଭିଯାନ ମଧ୍ୟ ଚଳାଇଥିଲେ।

ପତ୍ରିକାରେ ସୁନକଙ୍କ ସମ୍ପର୍କରେ କୁହାଯାଇଛି ଯେ, ୪୦ ବର୍ଷୀୟ ସୁନକଙ୍କୁ ବ୍ରିଟିଶ ସରକାରରେ ଗତବର୍ଷ ଅର୍ଥମନ୍ତ୍ରୀ କରାଯାଇଥିଲା। କୋଭିଡ-୧୯ ମହାମାରୀ ସମୟରେ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ସହାୟତା ଯୋଗାଇଦେବା ଲାଗି ବିଭିନ୍ନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories