www.samajalive.in
Tuesday, December 9, 2025
15.1 C
Bhubaneswar

ଆଇପିଏଲ ନିଲାମ ଆରମ୍ଭ: ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟିରେ କିଣିଲା ଆରସିବି, ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି

ଚେନ୍ନାଇ: ବହୁ ପ୍ରତୀକ୍ଷିତ ଆଇପିଏଲ-୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୪ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ମ୍ୟାକ୍ସୱେଲଙ୍କୁ କିଣିବା ଲାଗି ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ଏବଂ ଆରସିବି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। କିନ୍ତୁ ଆରସିବି ସର୍ବାଧିକ ମୂଲ୍ୟ ଦେଇ ତାଙ୍କୁ ଦଳରେ ସାମିଲ କରିଛି।

ସେହିପରି ବାଂଲାଦେଶର ଷ୍ଟାର କ୍ରିକେଟର ସାକିବ୍‌ ଅଲ୍‌ ହସନଙ୍କୁ ପୁଣି ଥରେ କେକେଆର କିଣିନେଇଛି। କେକେଆର ତାଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ ନିଜ ଦଳକୁ ନେଇଛି। ଏହାବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି। ସେ ୨ କୋଟି ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କର ବେସ୍‌ ପ୍ରାଇସ ୨ କୋଟି ଥିଲା।

- Advertisement -

ନିଲାମ ପ୍ରକ୍ରିୟାରେ ୮ଟି ଫ୍ରାଞ୍ଚାଇଜି ଏବଂ ୨୯୨ ଖେଳାଳି ସାମିଲ ଥିଲେ। ସେଥିମଧ୍ୟରୁ ୧୬୪ ଜଣ ଭାରତୀୟ ଖେଳାଳି ରହିଛନ୍ତି। ଇଂଲଣ୍ଡ ବୋଲର ମୋଇନ ଅଲୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ୭ କୋଟି ଟଙ୍କାରେ କିଣିଥିବାବେଳେ ଶିବମ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ ୪ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି।

ଅନ୍ୟପଟେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜେସର ରାୟ, ଏଲେକ୍ସ ହେଲ୍‌ସଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ଆଜି ପ୍ରଥମ ନିଲାମ କରୁଣ ନାୟରଙ୍କ ନାମରୁ ଆରମ୍ଭ ହୋଇଥିଲା। ତାଙ୍କର ବେସ୍‌ ପ୍ରାଇସ ୫୦ ଲକ୍ଷ ଟଙ୍କା ଥିଲା। କିନ୍ତୁ ତାଙ୍କୁ କୌଣସି ଫ୍ରାଞ୍ଚାଇଜି କିଣି ନ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories