www.samajalive.in
Sunday, December 7, 2025
16.1 C
Bhubaneswar

ଅଧ୍ୟାପିକାଙ୍କୁ ଅସଦାଚରଣକୁ ବିତିଲା ୨୦ ଦିନ: ଉଚ୍ଚଶିକ୍ଷା ବିଭାଗ ଓ ପୁଲିସ ଛତ୍ରଛାୟାରେ ବଡମ୍ବା କଲେଜ ଅଧ୍ୟକ୍ଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ

ଆଠଗଡ଼ ସବ-ଡିଭିଜନର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ତେଜୁଥିବା ବେଳେ ଅଭଯୋଗ ଦାଖଲର ଦୀର୍ଘଦିନ ପରେ ମଧ୍ୟ ଭାରପ୍ରାପ୍ତ ଅଧ୍ୟକ୍ଷ କୁମାରେଶ ରଥଙ୍କ ବିରୁଦ୍ଧରେ ଉଚ୍ଚଶିକ୍ଷା ବିଭାଗ ଓ ପୁଲିସ ପ୍ରଶାସନର ଅହେତୁକ ଅନୁକମ୍ପା ପ୍ରଦର୍ଶନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହି ମହାବିଦ୍ୟାଳୟର ଜନୈକା ଅର୍ଥନୀତି ବିଭାଗର ଅଧ୍ୟାପିକା ଶ୍ରୀ ରଥଙ୍କ ବିରୁଦ୍ଧରେ ଅସଦାଚରଣ ଓ ମାନସିକ ଚାପ ସୃଷ୍ଟି ଭଳି ସଂଗୀନ ଅଭିଯୋଗ ନେଇ ଗତ ମାସ ୩୦ରେ ବଡମ୍ବା ଥାନାରେ ଏତଲା ଦାୟର କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ରାଜ୍ୟରେ କର୍ମକ୍ଷେତ୍ରରେ ମହିଳାମାନେ କେତେ ଅସୁରକ୍ଷିତ ତାହା ପ୍ରଶାସନର ଅସଲ ଉଦ୍ଦେଶ୍ୟ ଧରା ପକାଇଦେଇଛି।

ଯଦିଓ ଏତଲା ପାଇବା ପରେ ଥାନାଧିକାରୀ ସେହି କଲେଜକୁ ଯାଇ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀଙ୍କ ବୟାନ ରେକର୍ଡ କରିଥିଲେ କିନ୍ତୁ ଘଟଣାକୁ ୨୦ ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଯାହା ଫଳରେ ଅସଦାଚରଣର ଶିକାର ହୋଇଥିବା ସମ୍ପୃକ୍ତ ଅଧ୍ୟାପିକା କେଉଁ ଭଳି ପରିସ୍ଥିତିରେ ସେଠାରେ କାର୍ଯ୍ୟ କରୁଥିବେ ତାହା ସହଜରେ ଅନୁମେୟ। କେବଳ ସେତିକି ନୁହେଁ, ଏହି ଘଟଣାର ପ୍ରତିବାଦ କରି ପୂର୍ବରୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଜନସାଧାରଣ ଓ ପୁରାତନ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବି ପତ୍ର ପ୍ରଦାନ କରିଥିଲେ।

- Advertisement -

ଅନ୍ୟପକ୍ଷରେ ୬ ଦିନ ତଳେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସମ୍ପୃକ୍ତ କଲେଜ ଗସ୍ତ କରି ବିଭିନ୍ନ ଦସ୍ତାବିଜ ଯାଞ୍ଚ କରିବା ସହ କର୍ମଚାରୀମାନଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସନ୍ଦେହଜନକ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସୂଚନା ମୁତାବକ, ସେହି ମହାବିଦ୍ୟାଳୟ ସରକାରୀ ଅନୁଦାନ ପାଉଥିଲେ ମଧ୍ୟ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁ କର୍ମଚାରୀମାନେ ମାସ ମାସ ଧରି ଦରମା ନ ପାଇ ଆର୍ଥିକ ଅନଟନରେ ଗତି କରୁଥିବା ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲା। ନିର୍ଦ୍ଦେଶକଙ୍କ ଗସ୍ତର ଗୋଟିଏ ଦିନ ପରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ପୃକ୍ତ କଲେଜ ଗସ୍ତ କରି କର୍ମଚାରୀଙ୍କୁ ସେମାନଙ୍କ ଅଭିଯୋଗ ଲିଖିତ ଭାବେ ଜଣାଇବାକୁ କହିଛନ୍ତି।

୧୯୮୪ ମସିହାରୁ ସେହି ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଶ୍ରୀ ରଥଙ୍କୁ କେଉଁ ନିୟମ ଆଧାରରେ ଦୀର୍ଘ ୩୭ ବର୍ଷ ଅନ୍ୟତ୍ର ବଦଳି କରାଯାଇ ନାହିଁ, ସେ ନେଇ ମଧ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଭୂମିକା ସନ୍ଦେହ ଘେରକୁ ଆସିଛି। ସ୍ଥାନୀୟ ଜନସାଧାରଣ, ପୁରାତନ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀଙ୍କ କହିବା ମୁତାବକ ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ଦରମା ନେଉଥିବା ଶ୍ରୀ ରଥ ଶିକ୍ଷାଦାନ କରନ୍ତି ନାହିଁ କିମ୍ବା କୌଣସି ପରୀକ୍ଷା ନିରୀକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରନ୍ତି ନାହିଁ। ଏପରିକି କଲେଜର ସିସି ଟିଭି ରେକଡିଂ ଅନୁଧ୍ୟାନ କଲେ ଏହାର ପ୍ରମାଣ ମିଳିବ ବୋଲି ସେମାନେ କହିଛନ୍ତି।

ସରକାରୀ ନିୟମ ଅନୁଯାୟୀ କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ମହିଳାଙ୍କ ପ୍ରତି ଅସଦାଚରଣ ଭଳି ମାମଲା ଆସିଲେ, ପ୍ରଥମେ ସେହି କର୍ମଚାରୀଙ୍କୁ ପଦବୀରୁ ହଟାଯାଇ ତଦନ୍ତ କରାଯିବା କଥା କିନ୍ତୁ ଏହି ଘଟଣାରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟ ଏକ ଅଭିଯୋଗ ଅନୁଯାୟୀ, ଶ୍ରୀ ରଥ ଚାପ ପ୍ରୟୋଗ କରି ବିଭିନ୍ନ ସମୟରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ଠାରୁ ସାଦା କାଗଜରେ ଦସ୍ତଖତ କରାଇବା ଓ କଲେଜର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆବଂଟିତ ଅର୍ଥ ହଡପ କରୁଥିବା କୁହାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories