www.samajalive.in
Sunday, December 7, 2025
18.1 C
Bhubaneswar

ଶିଶୁପାଳ ହୋଇ କନ୍ୟାର ସାନ ଭଉଣୀକୁ ବାହାହେଲା ବର, ନାବାଳିକା ହୋଇଥିବା ଖବର ପାଇ ଉଦ୍ଧାର କଲା ପୁଲିସ

ମୁଖୀଗୁଡା: ବାହା ହେବା ପାଇଁ ଆସିଥିଲା ବର, ହେଲେ ବେଦିରେ କନ୍ୟା ନ ଥିଲା। କନ୍ୟା ଫେରାର ହୋଇ ଯାଇଥିଲା। ଶେଷରେ କନ୍ୟାର ନାବାଳିକା ଭଉଣୀକୁ ବିବାହ କରିଥିଲା ବର। ଏହି ଖବର ଜୟପାଟଣା ପୁଲିସ ଏବଂ ସିଡ଼ିପିଓଙ୍କ ନିକଟରେ ପହଞ୍ଚିବା ପରେ ନାବାଳିକାକୁ ଉଦ୍ଧାର କରାଯାଇ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାରୁ ପ୍ରକାଶ ଯେ, ଗତ କାଲି ଜୟପାଟଣା ଥାନା ଅନ୍ତର୍ଗତ ବଡ କଲରାକୋଟ ମାଲପଡାର ଜଣେ ଯୁବତୀଙ୍କ ସହ କଲମପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ଯୁବକଙ୍କର ଗତ କାଲି ରାତିରେ ବିବାହ ହେବାକୁ ସ୍ଥିର ହୋଇଥିଲା। ବରଯାତ୍ରୀ ନେଇ ବର କନ୍ୟାଘରକୁ ପହଞ୍ଚିବା ପରେ ଜଣା ପଡିଲା ଯେ କନ୍ୟା ଅନ୍ୟ ଜଣେ ଯୁବକ ସହ ଫେରାର ହୋଇଯାଇଥିଲା। ଶେଷରେ ବର ଏବଂ କନ୍ୟା ପକ୍ଷ ନିଷ୍ପତି ନେଲେ ଯେ ଉକ୍ତ ଯୁବକ ସହ କନ୍ୟାର ସାନ ଭଉଣୀକୁ ବାହା କରିବେ ଏବଂ ବାହାଘର ମଧ୍ୟ ହେଲା। ହେଲେ ବାହା କରାଯାଇଥିବା ଝିଅ ନାବାଳିକା ଏବଂ ଏହା ଆଇନ ବିରୁଦ୍ଧ ବୋଲି ଜଣେ ସ୍ୱେଚ୍ଛାସେବୀ ଜୟପାଟଣା ସିଡିପିଓ ଏବଂ ଜୟପାଟଣା ଆଇଆଇସିଙ୍କୁ ଜଣାଇବା ପରେ ବିବାହିତା ନାବାଳିକାକୁ ଉଦ୍ଧାର କରାଯାଇ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ କୋୖଣସି ମାମଲା ରୁଜୁ ହୋଇନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories