www.samajalive.in
Sunday, December 7, 2025
26.1 C
Bhubaneswar

ବର୍ଦ୍ଧିତ ଘର ଟିକସ ନେଇ କମିଶନର‌ଙ୍କ ସହ ଆଲୋଚନା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ସହରରେ ଘର ଟିକସ ବୃଦ୍ଧି କରାଯାଇଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବର୍ଦ୍ଧିତ ଘର ଟିକସ ପ୍ରସଙ୍ଗରେ ବୁଧବାର ବିଏମ୍‌ସି କମିଶନର୍‌ ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କୁ ସାକ୍ଷାତ କରିଛନ୍ତି ସିପିଆଇ(ଏମ୍‌)ର କର୍ମକର୍ତାମାନେ। ତୁରନ୍ତ ବର୍ଦ୍ଧିତ ଘର ଟିକସ ପ୍ରତ୍ୟାହାର ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦଳ ତରଫରୁ କୁହାଯାଇଥିଲା ଯେ, କରୋନା ଯୋଗୁ ଲୋକମାନଙ୍କ ଜୀବନ ଓ ଜୀବିକା ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ସରକାରୀ ସହାୟତାର ଆବଶ୍ୟକତା ଅଛି। ଲୋକମାନେ ଆର୍ଥୀକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ବର୍ଦ୍ଧିତ ଘର ଟିକସ ସେମାନଙ୍କୁ ଆହୁରି ଭାରାକ୍ରାନ୍ତ କରିବ। ସାଧାରଣଙ୍କ ଲୋକଙ୍କ ଠାରୁ ଆଦାୟ ହେଉଥିବା ଫିସ୍‌, ଟିକସ ଏବଂ ଭଡ଼ା ସଂଗ୍ରହ ଛାଡ଼ କରିବା ପାଇଁ ସରକାର ଘୋଷଣା କରିଥିଲେ। ଏଭଳି ସ୍ଥଳେ ଘର ଟିକସ ବଢ଼ାଇବା ଏକ ଜନବିରୋଧୀ ନିଷ୍ପତ୍ତି ବୋଲି ଦଳର କର୍ମକର୍ତାମାନେ କହିଥିଲେ। ସିପିଆଇ(ଏମ୍‌) ବ୍ରହ୍ମପୁର ସଂପାଦକ ଯୁଧିଷ୍ଠିର ବେହେରାଙ୍କ ନେତୃତ୍ବରେ ବହୁ କର୍ମୀ ଆଲୋଚନା ବେଳେ ଉପସ୍ଥିତ ଥିଲେ। ତେବେ ଯଦି ଘର ଟିକସ ସଂପର୍କରେ ଯଦି କୌଣସି ଅଭିଯୋଗ ଥାଏ, ତେବେ ସୀଧା ମୋ ସହିତ ଆଲୋଚନା କରନ୍ତୁ ବୋଲି କମିଶନର୍‌ ବୋନ୍ଦର ପ୍ରକାଶ କରିଥିଲେ। ସହରର ଉନ୍ନୟନ କାର୍ୟ୍ୟ ପାଇଁ ପାଣ୍ଠିର ଆବଶ୍ୟକତା ରହିଛି । କୌଣସି ପ୍ରକାରରେ ମଧ୍ୟ ଟିକସ ହ୍ରାସ କରାଯିବ ନାହିଁ ବୋଲି ସେ କହିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories