www.samajalive.in
Monday, December 8, 2025
14.1 C
Bhubaneswar

ଭାରତୀୟ ଭାଷା ସଂସ୍କୃତ ଓ ସଂସ୍କୃତିକୁ ସୁରକ୍ଷା ଦେଇପାରିଛି ବ୍ୟାସଦେବଙ୍କ ଲେଖନୀ

ଭୁବନେଶ୍ୱର: ପ୍ରାଚୀନ ମୁନିଋଷିଙ୍କ ସ୍ମୃତି ଉଦେଶ୍ୟରେ ସାଧୁସନ୍ଥ ପ୍ରଣାମୀ ମହୋତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଚତୁର୍ଥ ସନ୍ଥ ପ୍ରଣାମୀ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଶିଷ୍ଟ ସନ୍ଥ ଦିବ୍ୟଜୀବନ ସଂଘର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ, ଭାରତୀୟ ଋଷି ପରମ୍ପରାର ଆମେ ଜଣେ ଜଣେ ଦାୟାଦ। ଆମ ଭାଷା ଓ ସଂସ୍କୃତି ବିଶ୍ୱରେ ଅଦ୍ୱିତୀୟ। ଆମ ସଂସ୍କୃତି ହେଉଛି ଅଗ୍ନିର ସଂସ୍କୃତି। ଆମକୁ ଯିଏ ଯାହା ଦିଏ ଆମେ ତାକୁ ହଜାର ଗୁଣରେ ଫେରାଇଥାଉ। ସ୍ୱାମିଜୀ ଯଜ୍ଞରେ ଘୃତ ଆହୂତିର ଉଦାହରଣ ଦେବା ସହ ପୁରାଣରେ ଜଗନ୍ନାଥ ମହାତ୍ମ କଥାର ବ୍ୟାଖ୍ୟା କରିଥିଲେ।

ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବତନ କୁଳପତି ତଥା ବିଶିଷ୍ଟ ସଂସ୍କୃତି ବିଦ୍ୱାନ ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ ଭାରତବର୍ଷରେ ବ୍ୟାସଦେବଙ୍କ ଭଳି ଅନନ୍ୟ ପ୍ରତିଭାମାନେ ଜନ୍ମ ନେଉଥିବାରୁ ଆମେ ଗର୍ବିତ। ବ୍ୟାସଦେବଙ୍କ ଲେଖନୀ ଭାରତୀୟ ଭାଷା ସଂସ୍କୃତ ଓ ସଂସ୍କୃତିକୁ ସୁରକ୍ଷା ଦେଇପାରିଛି। ପାଞ୍ଚହଜାର ବର୍ଷ ତଳେ ରଚିତ ଗ୍ରନ୍ଥର ସାମାଜିକ ଚଳନି ଓ ଆଜିର ସମାଜକୁ ଲକ୍ଷ୍ୟ କଲେ ଆମେ ଆମ ପରମ୍ପରାକୁ ଯେ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରିଛେ ତାହା କେବଳ ମହାନକବି ଚିନ୍ତାନାୟକ ବ୍ୟାସଦେବଙ୍କ ପାଇଁ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ପରେ ପୂର୍ବତନ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର ତାଙ୍କର ଜନ୍ମଦିନ ଉପଲକ୍ଷେ ୭୦ ହଜାର ଟଙ୍କାର ଏକ ଚେକ୍ ଜଣେ ଏକାଦଶ ଶ୍ରେଣୀ ଛାତ୍ରର ଦୁଇବର୍ଷର ଖାଦ୍ୟ ଖର୍ଚ୍ଚ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀଙ୍କୁ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ବାବା ଅଭିରାମ ସରସ୍ୱତୀ, ବାବା ବାଳକାନନ୍ଦ ଦାସ ପ୍ରମୁଖ ଏହି ମହାନ କାର୍ଯ୍ୟର ପ୍ରଶଂସା କରିଥିଲେ। ଶେଷରେ ଜ୍ୟୋତିପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍କଳ ବିଦ୍ୱାନ ପରିଷଦର ଅଧ୍ୟକ୍ଷ ମନୋଜ ରଥ କାର୍ଯ୍ୟକ୍ରମର ସଂଯୋଜନା ଓ ପଣ୍ଡିତ ବିନୋଦ ବିହାରୀ ଦାସ ପ୍ରାରମ୍ଭରେ ବେଦପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.ବଦ୍ରୀନାଥ ପଟ୍ଟନାୟକ, ଡ.ସୌରେନ୍ଦ୍ର କୁମାର ମହାପାତ୍ର, ଡ.କନକ ମଞ୍ଜରୀ ମିଶ୍ର, ଅମୀୟ ଭୂଷଣ ତ୍ରିପାଠୀ, ଶ୍ରୀମତୀ ନନ୍ଦିତା ମିଶ୍ର ଅବସର ବେଉରିଆ, ଡଃ ବିମଳେନ୍ଦୁ ମହାନ୍ତି, ସୁରେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories