www.samajalive.in
Tuesday, December 9, 2025
16.1 C
Bhubaneswar

ଚାଷ ଜମିରୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କଲମପୁର: କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ର ଏକ ଚାଷ ଜମିରୁ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଛି। ପୁଲିସ ଉପସ୍ଥିତିରେ ଉକ୍ତ ବୃଦ୍ଧଙ୍କ ଶବ ଉଦ୍ଧାର କରାଯାଇଥିବାମେଳେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ପ୍ରାପ୍ତ ସୁଚନା ଅନୁସାରେ ଶୁକ୍ରବାର ଥୁଆମୁଳ ରାମପୁରର ଚାଷୀ ଶତୃଘନ ଗହିର ଦେଶୀ ଭାଟି ପାଖରେ ଥିବା ନିଜ ଚାଷ ଜମିକୁ ଯାଇଥିଲେ। ସେଠାରେ କେହି ଜଣେ ବୃଦ୍ଧ ବ୍ୟକ୍ତି ମରି ପଡିଥିବା ଦେଖିଥିଲେ। ଏନେଇ ଥୁଆମୁଳ ରାମପୁର ପୁଲିସ ସୁଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉକ୍ତ ବ୍ୟକ୍ତି ଜଣକ ସିରିମସ୍କା ଗ୍ରାମର ଟିଟିରିପଡାର ୮୦ ବର୍ଷିୟ ହାକି ମାଝି ବୋଲି ଚିହ୍ନଟ କରିଥିଲେ। ଏହାପରେ ଉକ୍ତ ବୃଦ୍ଧଙ୍କ ସମ୍ପର୍କୀୟ ମାନେ ଘଟଣା ସ୍ଥଳରେ ପହଞ୍ଚ ଶବ ଚିହ୍ନଟ କରିଥିଲେ।

 

- Advertisement -

ପୁଲିସକୁ କୌଣସି ଅଭିଯୋଗ ନକରି ଶବକୁ ନିଜ ଘରକୁ ଫେରାଇ ନେବା ସହ ସଂସ୍କାର କରିଥିଲେ। କେଉଁ ପରିସ୍ଥିତିରେ ବୃଦ୍ଧ ଜଣକ ଉକ୍ତ ଚାଷ ଜମି ନିକଟରେ ପହଞ୍ଚିଲେ, କିଭଳି ତାଙ୍କର ମୃତ୍ୟୁ ହେଲା ସେ ନେଇ କୌଣସି ତଥ୍ୟ ମିଳି ପାରି ନାହିଁ। ଅନ୍ୟପଟେ ମୃତ ହାକି ମାଝିର ପୁଅ ମାନସିଂ ମାଝି ନିଜ ବାପାର ମୁଣ୍ଡ ଦୋଷ ଥିଲା ଓ ସେ ଦୁଇ ଦିନ ତଳେ ଘରୁ ବାହାରି ଆସିଥିଲେ। ବାର୍ଦ୍ଧକ୍ୟ ଓ ମୁଣ୍ଡ ଦୋଷ ଯୋଗୁଁ ଜମି କାଦୁଅରେ ପଡି ମୃତ୍ୟୁ ବରଣ କରିଥିବା ଆଶଙ୍କା କରାଯାଉଛି ବୋଲି ସେ କହିଥିଲେ।

 

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories