www.samajalive.in
Wednesday, December 10, 2025
15.1 C
Bhubaneswar

ରାସ୍ତା ଖୋଳିଦେଲେ, ଥାନାରେ ଏତଲା

ଭୁବନେଶ୍ବର: ସିଆର୍‌ପି ଛକରୁ ଏକାମ୍ର କାନନ ପର୍ଯ୍ୟନ୍ତ ରାସ୍ତା ଦୁଇବର୍ଷ ତଳେ ଦୁଇ ଲେନ୍‌ରୁ ୪ ଲେନ୍‌ ହୋଇଥିଲା। ରାସ୍ତା ଟ୍ରାକ୍‌ରୁ ରଙ୍ଗ ଛାଡ଼ିନି। ପିଚୁ ଚମକରେ ମଳିନ ପଡ଼ିନି। ପ୍ରଶସ୍ତ ରାସ୍ତାରେ ଗୋଟିଏ ହେଲେ ବି ଖାଲଖମା ନ ଥିଲା। ହେଲେ କିଛି ସଂସ୍ଥା ଏହାକୁ ଖୋଳାଖୋଳି କରି ନଷ୍ଟ କରି ଦେଇଛନ୍ତି। ବିନା ବାଧାରେ ଗଡୁଥିବା ଗାଡ଼ି କିଛି ସମୟ ଅପେକ୍ଷା କରି ଛାଡୁଛି। ରାସ୍ତାରେ ଖୋଳା ମାଟି ପଡ଼ିବା ସହିତ ବଡ଼ବଡ଼ ଗାତରେ ଗାଡ଼ି, ବୁଲାପ୍ରାଣୀ ପଡ଼ୁଛନ୍ତି। ଗାତରେ ଘୋଡ଼ଣି ପଡ଼ୁନି କି କେଉଁଠି ଖୋଳାଯାଇଛି ସତର୍କ ସୂଚନା ନାହିଁ। ଯା’ଆସ କରିବାରେ ଲୋକଙ୍କୁ ନାକେଦମ ହେବାକୁ ପଡ଼ୁଛି। ପିଚୁ ତାଡ଼ି ପାଇପ୍‌ ବିଛା କାମ ଚାଳିଛି। ଗେଲ୍‌, ସ୍ମାର୍ଟ ସିଟି ଏବଂ ଅନ୍ୟାନ୍ୟ ସଂସ୍ଥା ରାସ୍ତା ଖୋଳିିଦେଇ ଚାଲି ଯାଇଥିବାରୁ ନୂଆପଲ୍ଲୀ ଥାନାରେ ପୂର୍ତ୍ତ ବିଭାଗ ପକ୍ଷରୁ ଏତଲା ଦିଆଯାଇଛି। ବିନା ଅନୁମତିରେ ନବନିର୍ମିତ ରାସ୍ତା ଖୋଳି ନଷ୍ଟ କରିବା ସହିତ ମାଟିପଥର ଗଦା କରି ପଥ ଅବରୋଧ କରିଥିବା ଏତଲାରେ ଦର୍ଶାଯାଇଛି। ତୁରନ୍ତ ଘଟଣାର ତଦନ୍ତ କରି ରାସ୍ତା ଖୋଳିିଥିବା ସଂସ୍ଥା ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଏହା କେବଳ ଗୋଟିଏ ଘଟଣା ନୁହେଁ, ରାଜଧାନୀରେ ବିଭିନ୍ନ ସ୍ଥାନରେ ଆଖିବୁଜା ଖୋଳାପୋତା କାର୍ୟ୍ୟ ଚାଲିଛି। ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡୁଛି। ମାଟି ଖୋଳାଯାଇ ରାସ୍ତାରେ ଗଦାହେବା ଦ୍ବାରା ଗମନାଗମନରେ ବାଧାପ୍ରାପ୍ତ ହେଉଛି। କିଛିଦିନ ତଳେ ନବନିର୍ମିତ ସଚିବାଳୟ ପଟପଛ ରାସ୍ତା ସ୍ମାର୍ଟସିଟି ପକ୍ଷରୁ ଖୋଳାଯାଇଥିଲା। ବିନା ଅନୁମତିରେ ଖୋଳାଯାଇଥିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ କାର୍ୟ୍ୟ ସରିବା ପରେ ମରାମତି ନ କଲେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦିଆଯାଇଥିଲା। ସେହିପରି ଲକ୍ଷ୍ମୀସାଗର ଆଉଟ୍‌ ପୋଷ୍ଟରୁ ଝାରପଡ଼ା ଜେଲ୍‌ ଚାରିପାଖ ରାସ୍ତା, ରବି ଟକିଜ୍‌ରୁ ମେଘେଶ୍ବର ମନ୍ଦିର, ସୁନ୍ଦରପଦା କପିଳପ୍ରସାଦ ଛକର ସିଦ୍ଧି ବିନାୟକଠାରୁ କପିଳେଶ୍ବର ମନ୍ଦିର ପ୍ରଭୃତି ନବନିର୍ମିତ ରାସ୍ତା ତାଡ଼ି ନଷ୍ଟ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।
ସୂଚନାଯୋଗ୍ୟ ଯେ, ନିର୍ମାଣ କାର୍ୟ୍ୟ ପୂର୍ବରୁ ଅନୁମତି ନେବାକୁ ବିଏମ୍‌ସି ପକ୍ଷରୁ କିଛିଦିନ ତଳେ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories