www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ଦଳ ଘୋଷିତ

ଲଣ୍ଡନ :  ମାର୍ଚ୍ଚ ୧୨ରୁ ୨୦ ମଧ୍ୟରେ ଘରୋଇ ଭାରତ ବିପକ୍ଷରେ ଇଂଲଣ୍ଡ ଦଳ ୫ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ର ସିରିଜ୍‌ ଖେଳିବ। ମାର୍ଚ୍ଚ ୮ରେ ଅହମ୍ମଦାବାଦରେ ଉଭୟ ଦଳଙ୍କ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ​ଟେଷ୍ଟ ସିରିଜ୍‌ର ସମାପ୍ତି ପରେ ୫ ମ୍ୟାଚ୍‌ର ଟି-୨୦ ସିରିଜ୍ ଆରମ୍ଭ ହେବ। ପରେ ମାର୍ଚ୍ଚ ୨୩ରୁ ୨୮ ମଧ୍ୟରେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ମଧ୍ୟ ଖେଳାଯିବ। ତେବେ ୫ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍ ପାଇଁ ଗୁରୁବାର ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ (ଇସିବି) ଇଂଲଣ୍ଡ ଦଳ ଘୋଷଣା କରିଛନ୍ତି। ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳି ବିଶ୍ରାମ ପାଇଁ ସ୍ବଦେଶ ଫେରି ଯାଇଥିବା ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଜୋସ୍ ବଟ୍‌ଲର ଟ୍ବେଣ୍ଟି-୨୦ ସିରିଜ୍ ଖେଳିବା ପାଇଁ ଭାରତ ଫେରିବେ। ଇଓନ୍ ମୋର୍ଗାନ୍ ନେତୃତ୍ବାଧୀନ ଇଂଲଣ୍ଡ ଦଳ ମାର୍ଚ୍ଚ ୧୨ରେ ଅହମ୍ମଦାବାଦରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ୍‌ଙ୍କୁ ଦଳରୁ ବାହାରେ ରଖାଯାଇଛି।
ଇଂଲଣ୍ଡର ଟ୍ବେଣ୍ଟି-୨୦ ଦଳ : ଇଓନ୍ ମୋର୍ଗାନ୍ (ଅଧିନାୟକ), ମୋଇନ୍ ଅଲୀ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ସାମ୍ ବିଲିଙ୍ଗ୍‌ସ, ଜୋସ୍ ବଟ୍‌ଲର, ସାମ୍ କରନ୍, ଟମ୍ କରନ୍, କ୍ରିସ୍ ଜୋର୍ଡାନ୍, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍, ଡାୱିଡ୍‌ ମାଲାନ୍, ଆଦିଲ ରସିଦ୍, ଜେସନ୍ ରୟ, ବେନ୍‌ ଷ୍ଟୋକ୍‌ସ, ରିସ୍‌ ଟପ୍‌ଲି ଓ ମାର୍କ ଉଡ୍‌।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories