www.samajalive.in
Sunday, December 7, 2025
14.1 C
Bhubaneswar

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ରେ ଦନ୍ତ ଓ ମୁଖ ରୋଗ ସମ୍ବନ୍ଧୀୟ କର୍ମଶାଳା

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଭୂବନେଶ୍ବର ସ୍ଥିତ ଦନ୍ତ ସଞିବନୀ ଟ୍ରଷ୍ଟ ପକ୍ଷରୁ ଦନ୍ତ ଓ ମୁଖ ସଂକ୍ରାନ୍ତୀୟ ରୋଗ ଓ ନିରାକରଣ ଶୀର୍ଷକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ ଟ୍ରଷ୍ଟ ପକ୍ଷରୁ ବିଶ୍ବବିଦ୍ୟାଳୟରେ ଏହିପରି କର୍ମଶାଳାର ଆୟୋଜନ କରିଥିବାରୁ ବିଦ୍ୟାର୍ଥୀଙ୍କ ସମେତ ଅଧ୍ୟାପକ ମାନେ ନିଜ ମୁଖ ଓ ଦନ୍ତରେ ହେଉଥିବା ବିଭିନ୍ନ ରୋଗ ନେଇ ସଚେତନ ହୋଇପାରିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ଟ୍ରଷ୍ଟର ସଦସ୍ୟ ଡଃ ରେମନ କୁମାର ମିଶ୍ର, ଡଃ ସ୍ବାତୀ ସାହୁ, ଡଃ ସ୍ମରଣିକା ଦେବୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦନ୍ତ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋକପାତ କରିଥିଲେ।ଏହା ସହ କର୍ମଶାଳାର ଦ୍ବିତୀୟ ଅଧିବେଶନରେ ଟ୍ରଷ୍ଟ ପକ୍ଷରୁ ବିଶ୍ବବିଦ୍ୟାଳୟର କର୍ମଚାରୀ, ଅଧ୍ୟାପକ ଓ ବିଦ୍ୟାର୍ଥୀ ମାନଙ୍କ ଦନ୍ତ ପରୀକ୍ଷା କରାଯିବା ସହ ଡ଼ାକ୍ତରୀ ସହାୟତା ପ୍ରଦାନ କରାଯାଇଥିଲା। ଏହା ସହ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଦନ୍ତ ରୋଗ ନେଇ ଏକ ପ୍ରଶ୍ନୋତ୍ତର କାର୍ଯକ୍ରମ କରାଯାଇ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories