www.samajalive.in
Sunday, December 7, 2025
16.1 C
Bhubaneswar

ବିଶ୍ବନାଥପୁର ପଞ୍ଚାୟତ ସରପଞ୍ଚ ପଦ ନିମନ୍ତେ ଉପନିର୍ବାଚନ : ୫୬ ପ୍ରତିଶତ ମତଦାନ

ଗୋପାଳପୁର : ଗଞ୍ଜାମ ଜିଲ୍ଲା ରଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶ୍ବନାଥ ପୁର ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ସରପଞ୍ଚ ପଦ ନିମନ୍ତେ ଉପନିର୍ବାଚନରେ ଗୁରୁବାର ୫୬ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ତଥା କନିଷି ତହସିଲଦାର ତାପସ ରାଉତଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି କରାଯିବା ସହ ନିର୍ବାଚନ ଫଳ ଘୋଷଣା କରାଯିବ ବୋଲି ଜଣାପଡିଛି।
୨୦୧୭ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ  ଏଠାରେ ଶିବ ସେଠୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ତାଙ୍କ ବିରୁଦ୍ଧରେ ଓ୍ବାର୍ଡ ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଆସ୍ଥା ଭୋଟରେ ପରାଜିତ ହେବା ସହ ପଦ ହରାଇବାକୁ ପଡ଼ିଥିଲା। ଏହି କ୍ରମରେ ସରପଞ୍ଚ ପଦବୀ ନିମନ୍ତେ ଉପନିର୍ବାଚନରେ  ବାସନ୍ତୀ ଦାସ ଓ ଶିଳ୍ପା ସେଠୀ ପ୍ରମୁଖ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଅନୁଷ୍ଠିତ ହୋଇଥିବା ମତଦାନରେ ସମୁଦାୟ ୫୬୧୨ ଭୋଟରଙ୍କ ମଧ୍ୟରୁ ୩୧୬୦ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।  ପଞ୍ଚାୟତରେ ଥିବା ୨୮୨୮ ପୁରୁଷ ଭୋଟରଙ୍କ ମଧ୍ୟରୁ ୧୪୭୨ ପୁରୁଷ ଭୋଟର ଭୋଟ ସାବ୍ୟସ୍ତ କରିଥିବା ବେଳେ ୨୭୮୪ ମହିଳା ଭୋଟରଙ୍କ ମଧ୍ୟରୁ ୧୬୮୮ ଭୋଟର ନିଜ ମତ ସାବ୍ୟସ୍ତ କରିଛନ୍ତି। ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ଶୁକ୍ରବାର ଦିନ ଭୋଟ ଗଣତି ପରେ କିଏ ପରବର୍ତ୍ତୀ ସରପଞ୍ଚ ହେବ ତାହା ଜଣାପଡିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories