www.samajalive.in
Tuesday, December 9, 2025
19.1 C
Bhubaneswar

ସୁରେଶ ଓଡ଼ିଶା ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ, ବିକାଶ ବ୍ୟାଟିଂ ପ୍ରଶିକ୍ଷକ

କଟକ: ଓଡ଼ିଶା ରଣଜୀ ଟ୍ରଫି ଦଳର ପୂର୍ବତନ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ ସୁରେଶ କୁମାର ରାଜ୍ୟ ସିନିୟର ମହିଳା କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ପାଇଁ ୧୨ଟି ରଣଜୀ ଟ୍ରଫି ଏବଂ ୫ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳିଥିବା ସୁରେଶ ପ୍ରଥମଥର ମହିଳା ଦଳର ପ୍ରଶିକ୍ଷଣ ଦାୟିତ୍ବ ପାଇଛନ୍ତି। ୪୮ ବର୍ଷ ବୟସ୍କ ସୁରେଶ ପୂର୍ବରୁ ଓଡ଼ିଶାର ବିଭିନ୍ନ ବୟସବର୍ଗର କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଏବଂ ମନୋନୟନକାରୀ ଦାୟିତ୍ବ ନିର୍ବାହ କରିଛନ୍ତି। ଓଡ଼ିଶା ରଣଜୀ ଟ୍ରଫିର ପୂର୍ବତନ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ବିକାଶ ପତି ରାଜ୍ୟ ସିନିୟର ମହିଳା କ୍ରିକେଟ୍‌ ଦଳର ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ୩୫ ବର୍ଷ ବୟସ୍କ ବିକାଶ ଓଡ଼ିଶା ପାଇଁ ୩୫ଟି ରଣଜୀ ଟ୍ରଫି, ୧୫ଟି ଲିଷ୍ଟ-ଏ ଓ ୨୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଶ୍ବେତା ସାମନ୍ତରାୟ ଦଳର ଟ୍ରେନର ଓ ନଫିସା ନେହା ଶବ୍‌ନମ ଫିଜିଓ ନିଯୁକ୍ତ ହୋଇଛନ୍ତି। ଖୁବ୍ ଶୀଘ୍ର ଓଡ଼ିଶା ମହିଳା ଦଳ ଆନ୍ତଃରାଜ୍ୟ ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories