www.samajalive.in
Sunday, December 7, 2025
23.1 C
Bhubaneswar

ବାଙ୍ଗିରିପୋଷିରେ ଦୁର୍ଘଟଣା – ୨ ମୃତ, ଜଣେ ଗୁରୁତର

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଉପରେ ଥିବା ଦ୍ୱାରଶୁଣି ଘାଟିରୁ ଉଠୁଥିବା ଏକ ଲୁହା କଣ୍ଟା ବୋଝେଇ ମିନିଟ୍ରକକୁ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପାଇପ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଧକ୍କା ଦେବା ଫଳରେ ମିନିଟ୍ରକଟି ଘାଟି ରାସ୍ତା ତଳକୁ ଖସି ପଡିଥିଲା। ଫଳରେ ମିନିଟ୍ରକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିନିଟ୍ରକରେ ଚାପି ହୋଇଯାଇଥିବା ଖଲାସୀକୁ ବାଙ୍ଗିରିପୋଷି ଦମକଳ ବାହିନୀ ଉଦ୍ଧାର କରି ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ବଡ଼ ମେଡିକାଲକୁ ନିଆଯାଇଛି।

ବାଙ୍ଗିରିପୋଷି ଘାଟିରେ ଅନ୍ୟ ଏକ ସ୍ଥାନରେ ଏକ ୩୨ ଚକିଆ ବଡ଼ ମାଲବୁହା ଯାଉଥିବା ବେଳେ ସେହି ଗାଡିର କର୍ମଚାରୀ ଚକ ତଳେ ପଶି ଯିବାରୁ ତାର ମଧ୍ୟ ମୃତ୍ୟୁ ହୋଇଛି। ବାଙ୍ଗିରିପୋଷି ପୋଲିସ ପହଁଚି ଉଭୟ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories