www.samajalive.in
Tuesday, December 9, 2025
16.1 C
Bhubaneswar

ଜନଜାତିଙ୍କ ଜୀବିକାର୍ଜନ ଓ ସଶକ୍ତିକରଣର ନିଆରା ଚିତ୍ର

ଭୁବନେଶ୍ୱର: ଓଡ଼ିଶାରେ ଆର୍ଥିକ ଦିଗରୁ ଗରିବ ଓ ଉପେକ୍ଷିତ ଅବସ୍ଥାରେ ରହିଥିବା ବିଶାଳ ଆଦିବାସୀ ବର୍ଗଙ୍କୁ ପ୍ରଗତିର ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଜନଜାତି ବର୍ଗର ଲୋକଙ୍କ ପାଇଁ ଜୀବିକା ବା ରୋଜଗାରର ପନ୍ଥା ବାହାର କରିବା ସରକାରଙ୍କ ଆଗରେ ବଡ଼ ଆହ୍ୱାନ୍ ସୃଷ୍ଟି କରିଛି। ସେଥିପାଇଁ ସରକାର ଗତ କିଛି ବର୍ଷ ହେଲା ଆଦିବାସୀଙ୍କ କଲ୍ୟାଣ ନିମନ୍ତେ ଦୁଇଟି ବଡ଼ କାର୍ଯ୍ୟକ୍ରମ ଜନଜାତି ଅଧ୍ୟୁଷିତ ଜିଲ୍ଲା ଗୁଡିକରେ କାର୍ଯ୍ୟକାରୀ କରୁଛନ୍ତି। ଓଡ଼ିଶା ଆଦିବାସୀ ସଶକ୍ତିକରଣ ଓ ଜୀବିକା ଅର୍ଜନ ପ୍ଲସ୍ ନାମରେ ଏକ ଯୋଜନା ୨୦୧୧ ମସିହାରେ ପ୍ରଥମେ କୋରାପୁଟ ଓ ମାଲକାନଗିରି ଜିଲାରେ ଆରମ୍ଭ ହୋଇଥିବା ବେଳେ ଏବେ ଆଉ ଆଠଟି ଜିଲା ନବରଙ୍ଗପୁର, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ସଶକ୍ତିକରଣ ଦିଗରେ ଜନଜାତିଙ୍କ ଦକ୍ଷତା ବୃଦ୍ଧି, ଜୀବିକାର ଉନ୍ନତିକରଣ ଓ ଉନ୍ନୟନ ମୂଳକ ପାଣ୍ଠିର ବ୍ୟବସ୍ଥା କରିବା ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ।

- Advertisement -

ଆଦିବାସୀ ମାନଙ୍କ ମଧ୍ୟରେ ଥିବା ଦେଶୀୟ ଜ୍ଞାନ କୌଶଳର ଉପଯୋଗ ଦ୍ୱାରା ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା, ଗରିବ ଆଦିବାସୀ ପରିବାରଙ୍କ ଜୀବିକାର୍ଜନ ନିମନ୍ତେ ଅଣକୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ତଥା ପଂଚାୟତିରାଜ ଅନୁଷ୍ଠାନକୁ ସହଭାଗିତା ଜରିଆରେ ସାମିଲ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ରାଜ୍ୟର ଜନଜାତି ମାନଙ୍କର ଜୀବନ ଜୀବିକାରେ ପରିବର୍ତନ ଆଣିବାକୁ ୨୦୧୬-୧୭ ମସିହାରୁ ‘ଓଡ଼ିଶା ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ’ ନାମରେ ଆଉ ଏକ ଯୋଜନା ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି ଉନ୍ନୟନ ପାଣ୍ଠି (ଆଇଏଫ୍ଏଡି) ସହାୟତାର ହାତ ବଢ଼ାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ୧୩ ପ୍ରକାର ଆଦିବାସୀ ସଂପ୍ରଦାୟ ପାଇଁ ୧୭ଟି ଅଣୁ ପ୍ରକଳ୍ପ ଉନ୍ନୟନ ସଂସ୍ଥା ଗଠିତ ହୋଇଛି ଏବଂ ଏହି ସଂସ୍ଥା ଗୁଡିକ ୧୨ଟି ଜିଲ୍ଲାରେ କାର୍ଯ୍ୟ କରୁଛି। ଜୀବିକାର୍ଜନର ପନ୍ଥା ବାହାର କରିବା ପାଇଁ ଉଦ୍ଦିଷ୍ଟ ଏହି ଦୁଇଟି କାର୍ଯ୍ୟକ୍ରମର ସଫଳତାର ଚିତ୍ର ପ୍ରତିଫଳିତ ହୋଇଛି ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ। ଏହି ଦୁଇଟି କାର୍ଯ୍ୟକ୍ରମର ଆର୍ଥିକ ସହାୟତାରେ ବିକଶିତ ବିଭିନ୍ନ ଆଦିବାସୀ ଉନ୍ନୟନ ସଂସ୍ଥା ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ଗୁଡିକୁ ଧରି ଆସିଛନ୍ତି ଏହି ମେଳାକୁ। କେତେକ ଷ୍ଟଲରେ ସେମାନଙ୍କ ସାମଗ୍ରୀ ଗୁଡିକର ପ୍ରଦର୍ଶନ ଓ ବିକ୍ରି ଖୁବ୍ ଜମୁଥିବାର ଲକ୍ଷ୍ୟ କରାଯାଉଛି।
ଆଜି ଥିଲା ଆଦିବାସୀ ମେଳାର ଦଶମ ଦିନ। ପୂର୍ବାହ୍ନ ଅପେକ୍ଷା ଅପରାହ୍ନରେ ଅଧିକ ଦର୍ଶକ ମେଳା ପରିସରକୁ ଆସି ନିଜ ନିଜର ପସନ୍ଦର ଘରକରଣା ସାମଗ୍ରୀ କ୍ରୟ କରିଥିଲେ। କେତେକ ମହିଳା ସେମାନଙ୍କ ଶିଶୁ ସନ୍ତାନକୁ କୋଳରେ କାଖରେ ଧରି ବିଭିନ୍ନ ଷ୍ଟଲରେ ଜିନିଷ କିଣୁଥିବାର ଦୃଶ୍ୟ ନଜରକୁ ଆସିଥିଲା।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories