www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ ଟିକା ନେବା ପରେ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟକର୍ମୀ ମୃତ

ଝାଡ଼ଖଣ୍ଡରେ କୋଭିଡ ଟିକା ଦିଆଯିବାର ୩୬ ଘଣ୍ଟା ପରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ମାନୁ ପହାନ ନାମକ ଏହି ସ୍ୱାସ୍ଥ୍ୟ କର୍ମୀଙ୍କୁ ଫେବୃଆରୀ ୧ରେ ତାଙ୍କ କାର୍ଯ୍ୟକ୍ଷେତ୍ର ମେଦାନ୍ତ ହସ୍ପିଟାଲରେ କୋଭିଶିଲ୍ଡ ଟିକା ଦିଆଯାଇଥିଲା ଏବଂ ମଙ୍ଗଳବାର ରାତିରେ ତାଙ୍କର ଦେହାନ୍ତ ହୋଇଛି ବୋଲି ସମ୍ପୃକ୍ତ ହସ୍ପିଟାଲର ସିଇଓ ଡାକ୍ତର ପଙ୍କଜ ସାହାଣୀ କହିଛନ୍ତି।

ଡାକ୍ତର ସାହାଣୀ କହିଛନ୍ତି, ଯଦିଓ ୫୨ ବର୍ଷୀୟ ପହାନଙ୍କର ଅନ୍ୟ କୌଣସି ଅସୁବିଧା ନଥିଲା, ତଥାପି ତାଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କରାଯାଉଛି। ଟିକା ଦିଆଯିବା ପରେ ପହାନ ରାଞ୍ଚି ନିକଟ ଓରମାଂଝୀ ସ୍ଥିତ ନିଜ ଗାଁକୁ ଫେରିଥିଲେ ଏବଂ ଫେବୃଆରୀ ୨ରେ ମଧ୍ୟ କାମ କରିବାକୁ ଆସିଥିଲେ। ମଙ୍ଗଳବାର ରାତିରେ ସେ ତାଙ୍କ ଗାଁରେ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ଓ ଡାକ୍ତରଖାନା ନିଆଯିବ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଝାଡ଼ଖଣ୍ଡ କୋଭିଡ ପରିଚାଳନା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡାକ୍ତର ଅଜିତ ପ୍ରସାଦ କହିଛନ୍ତି।

- Advertisement -

ତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ମେଡିକାଲ ବୋର୍ଡ ଦ୍ୱାରା ପୋଷ୍ଟମର୍ଟମ କରାଯିବ। ସୂଚନା ଅନୁଯାୟୀ, ଫେବୃଆରୀ ୧ରେ ପହାନଙ୍କ ସମେତ ମୋଟ ୧୫୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ମେଦାନ୍ତ ହସ୍ପିଟାଲରେ ଟୀକାକରଣ କରାଯାଇଥିଲା। ଯେଉଁଥିରୁ ପହାନକୁ ଟୀକାକରଣ କରାଯାଇଥିଲା ସେହି ସମାନ ଟିକା ଭାଏଲରୁ ଅନ୍ୟ ୯ ଜଣଙ୍କୁ ଟିକା ଦିଆଯାଇଥିଲା ଏବଂ ସେମାନେ ସମସ୍ତେ ଠିକ୍ ଅଛନ୍ତି। ତେଣୁ ପହାନଙ୍କ ମୃତ୍ୟୁ ଟିକା ଯୋଗୁଁ ହୋଇଛି କି ନାଁ ତାହା ସବା ବ୍ୟବଚ୍ଛେଦ ପରେ ଜଣାପଡିବ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories