www.samajalive.in
Tuesday, December 9, 2025
19.1 C
Bhubaneswar

ଭାରତ, ଆମେରିକା ସମେତ ୨୦ ଦେଶରୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଲା ସାଉଦି ଆରବ

ଦୁବାଇ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାଉଦି ଆରବ ଭାରତ ଓ ଆମେରିକା ସମେତ ୨୦ ଦେଶରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ସାଉଦି ଆରବ ସରକାର ଆଗାମୀ କିଛିଦିନ ପାଇଁ ଏହି କଟକଣା ଲଗାଇଥିବାବେଳେ ଆଜି ରାତି ୯ଟାରୁ ଏହା ଲାଗୁ ହେବ।

ଏହି କଟକଣା ଭାରତ, ପାକିସ୍ତାନ, ୟୁଏଇ, ଲେବାନନ୍‌, ଜର୍ମାନୀ, ବ୍ରିଟେନ, ଆୟର୍ଲାଣ୍ଡ, ଇଟାଲୀ, ଆମେରିକା ସମେତ ସମେତ ୨୦ ଦେଶ ଉପରେ ବିମାନ ଉଡ଼ାଣ କଟକଣା ଲାଗୁ କରାଯାଇଛି। ଏହା ଦ୍ବାରା ଭାରତ ଏବଂ ପାକିସ୍ତାନ ସବୁଠୁ ବେଶୀ ପ୍ରଭାବିତ ହେବେ, ଯେଉଁଠୁ ରୋଜଗାର ପାଇଁ ଅଧିକ ଲୋକ ସାଉଦି ଆରବ ଯାଇଥାନ୍ତି।

- Advertisement -

ତେବେ ସାଉଦି ଆରବ ନିଜ ବାଣିଜ୍ୟକୁ କୌଣସି ପ୍ରକାରେ ପ୍ରଭାବିତ ହେବାକୁ ଦେବ ନାହିଁ ଏବଂ ଏହି ପ୍ରତିବନ୍ଧକ ରାଷ୍ଟ୍ରଦୂତ, ସାଉଦି ନାଗରିକ, ଚିକିତ୍ସକ ଏବଂ ସେମାନଙ୍କ ପରିବାର ପାଇଁ ଲାଗୁ ହେବନାହିଁ। ଉଲ୍ଲେଖ ଯେ, ସାଉଦି ଆରବ ଯେଉଁ ଦେଶଗୁଡ଼ିକ ଉପରେ କଟକଣା ଲଗାଇଛି ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories