www.samajalive.in
Sunday, December 7, 2025
26.1 C
Bhubaneswar

ଏପ୍ରିଲ ୧୧ରୁ ଆଇପିଏଲ୍‌ !

ନୂଆଦିଲ୍ଲୀ  : ପେସାଦାର ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ଶ ସଂସ୍କରଣ ଭାରତରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ତାରିଖ ଔପଚାରିକ ଭାବେ ଘୋଷଣା କରା ଯାଇନଥିବା ବେଳେ ବିସିସିଆଇ ମଧ୍ୟସ୍ଥ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ ୨୦୨୧ ବର୍ଷର ଆଇପିଏଲ୍‌ ଏପ୍ରିଲ ୧୧ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୫ କିମ୍ବା ୬ରେ ଉଦ୍‌ଯାପନ ହେବ। ଏପ୍ରିଲ ୧୧ରୁ ଆଇପିଏଲ୍‌-୧୪ ଆରମ୍ଭ ହେଲେ ଭାରତୀୟ ଖେଳାଳି ଆଇପିଏଲ୍‌ ପୂର୍ବରୁ କିଛିଦିନ ବିଶ୍ରାମ ପାଇବେ। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ମାର୍ଚ୍ଚ ୨୮ରେ ସମାପ୍ତ ହେବ। ଏହାସହ ବିସିସିଆଇ କହିଛି ଯେ ୨୦୨୧ ଆଇପିଏଲ୍‌ ସଂସ୍କରଣ ୟୁଏଇରେ ଆୟୋଜନ କରିବାକୁ କୌଣସି ଯୋଜନା ନାହିଁ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଶନିବାର କହିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories