www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱ ସ୍ତରରେ ‘ଜିଓ’ ୫ମ ସୁଦୃଢ଼ ବ୍ରାଣ୍ଡ୍ ବିବେଚିତ

ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍‌ର ମାନ୍ୟତା ହାସଲ କରିଛି। ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍‌ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା ରେଟିଂ ମିଳିଛି।

୨୦୧୬ରେ ସ୍ଥାପିତ ହେବା ସତ୍ୱେ ଜିଓ ଦ୍ରୁତ ଗତିରେ ଭାରତର ସର୍ବବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ଓ ସାରା ବିଶ୍ୱରେ ତୃତୀୟ ବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ହେବାର ଗୌରବ ହାସଲ କରିଛି ଓ କଂପାନି ପାଖରେ ୪୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି। ଅତ୍ୟନ୍ତ ସୁଲଭ ପ୍ଲାନ୍ ପାଇଁ ପରିଚିତ ଜିଓ ନିୟୁତାଧିକ ଗ୍ରାହକଙ୍କୁ ବିନା ମୂଲ୍ୟରେ ୪ଜି ସେବା ପ୍ରଦାନ କରି ଭାରତରେ ଝଡ଼ ସୃଷ୍ଟି କରିଥିଲା ଏବଂ ଭାରତୀୟମାନେ ଯେଉଁଭଳି ଭାବେ ଇଟଂରନେଟ୍ ବ୍ୟବହାର କରୁଥିଲେ ସେଥିରେ ବୈପ୍ଳବିକ ପରିବର୍ତନ ଆଣିଥିଲା – ଯାହା “ଜିଓ ପ୍ରଭାବ’ ନାମରେ ପରିଚିତ। ବ୍ରାଣ୍ଡ୍ ଫାଇନାନ୍ସର ଅସଲି ବଜାର ଗବେଷଣାରୁ ସାରା ଦେଶରେ ଜିଓ ବ୍ରାଣ୍ଡ୍‌ର ରହିଥିବା ଆଧିପତ୍ୟ ସମ୍ପର୍କରେ ଜଣାପଡ଼ିଛି।

- Advertisement -

ସମସ୍ତ ମାନକରେ ଜିଓ ଉଚ୍ଚତମ ସ୍କୋର ହାସଲ କରିଛି – ବିଚାର ରୂପାନ୍ତରିତ କରିବା, ଖ୍ୟାତି ବା ଲୋକପ୍ରିୟତା, ସୁପାରିସ, ୱାର୍ଡ ଅଫ୍ ମାଉଥ୍ (ଲୋକମୁଖରେ ପ୍ରଚାର), ନବସୃଜନ, ଗ୍ରାହକ ସେବା ଏବଂ ଅର୍ଥର ଉଚିତ ମୂଲ୍ୟ (ଭାଲ୍ୟୁ ଫର ମନି) କ୍ଷେତ୍ରରେ ଏହା ଭାରତରେ ପ୍ରତିଦ୍ୱନ୍ଦ୍ୱୀ ଅପରେଟରମାନଙ୍କ ତୁଳନାରେ ଉଚ୍ଚ ସ୍କୋର ହାସଲ କରିଛି। ଟେଲିକମ୍ କ୍ଷେତ୍ରରେ ଏହି ବ୍ରାଣ୍ଡ୍‌ର ବିଶେଷ କିିଛି ଦୁର୍ବଳତା ନାହିଁ ଏବଂ ବିଶ୍ୱର ଅନ୍ୟ ଟେଲିକମ୍ ବ୍ରାଣ୍ଡ୍‌ଗୁଡ଼ିକ ତୁଳନାରେ ଜିଓ ଏହା ପ୍ରଦର୍ଶିତ କରିଛି ଯେ ଏହା ଚିରାଚରିତ ଢାଂଚାକୁ ବଦଳାଇଛି ଏବଂ ଗ୍ରାହକମାନଙ୍କ ବାସ୍ତବ ଭଲ ପାଇବା ଉପଭୋଗ କରୁଛି।

ବ୍ରାଣ୍ଡ୍‌ର ଦୃଢ଼ତା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଲଗା ପ୍ରତିୟମାନ ହେବା ସହିତ ଟେଲିକମ୍ ଶିଳ୍ପର ନକାରାତ୍ମକ ଧାରାକୁ ପ୍ରତିହତ କରି ୫୦% ବୃଦ୍ଧି ସହ ୪.୮ ବିଲିଅନ୍ ଡଲାର ମୂଲ୍ୟରେ ଜିଓ ହେଉଛି ବ୍ରାଣ୍ଡ୍ ମୂଲ୍ୟ ଦୃଷ୍ଟିରୁ ଟେଲିକମ୍ ଶିଳ୍ପ ର‌୍ୟାଙ୍କିଙ୍ଗ୍‌ରେ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ରାଣ୍ଡ୍।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories