www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ୱଶାନ୍ତି ନିମନ୍ତେ ଦୟାନଦୀ ଘାଟରେ ମହାଆରତୀ

ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ସାରା ବିଶ୍ୱରେ ଶାନ୍ତି, ଭଗବାନ ବୁଦ୍ଧଙ୍କର ଶାନ୍ତିର ବାର୍ତ୍ତା ଓ ସର୍ବୋପରି କରୋନା ରୂପକ ମହାମାରୀରୁ ସମଗ୍ର ବିଶ୍ୱକୁ ରକ୍ଷା କରିବା ପରି ମହତ୍‍ ଉଦ୍ଦେଶ୍ୟରେ ଦୟା କୂଳସ୍ଥିତ ଶ୍ରୀ ବୈରାଗେଶ୍ୱର ମହାଦେବ ମନ୍ଦିର ସମ୍ମୁଖ ଘାଟରେ ଦୟାନଦୀ ମହାଆରତୀ କାର୍ଯ୍ୟକ୍ରମସମ୍ପନ୍ନ ହୋଇଛି।

ଦୟା ଆରତୀ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଅନ୍ତରାଷ୍ଟ୍ରିୟ ହିନ୍ଦୁ ମହାସଂଘର ଅଧ୍ୟକ୍ଷ ଡ଼ଃ ବଦ୍ରିନାଥ ପଟ୍ଟନାୟକ ଓ ଦୟା ଆରତୀ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଉଦ୍ୟମରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଗତ୍‍ଗୁରୁ ରାମାନୁଜାଚାର୍ଯ୍ୟ ସ୍ୱାମୀ ଅରୁପାନନ୍ଦ ଓ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗ ଦେଇଥିଲେ।

- Advertisement -

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆୟକର ମୁଖ୍ୟ କମିଶନର ଶରତ ଦାସ, କିଟ୍‍ ଓ କିସ୍‍’ର ଚେୟାର ପର୍ସନ ହରେକୃଷ୍ଣ ଶତପଥୀ, ସଂସ୍କୃତି ବିଶେଷଜ୍ଞ ସୂର୍ଯ୍ୟନାରାୟଣ ରଥଶର୍ମା, ଉତ୍କଳ ବିଦ୍ୟୁତ୍‍ ପରିଷଦର ଅଧ୍ୟକ୍ଷ ଡ଼ଃ ମନୋଜ ରଥ, ଶିଶୁ ବିକାଶ ସମିତିର ମୁଖ୍ୟ ଡ଼ଃ କରୁଣାକର ପ୍ରଧାନ, ସଂସ୍କୃତି ବିଦ୍ୱାନ ତଥା ପୂର୍ବତନ କୂଳପତି ଡ଼ଃ ହରେକୃଷ୍ଣ ଶତପଥୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ପଣ୍ଡିତ ସୁନୀଲ ପୂଜାପଣ୍ଡା ଓ ସମାଜସେବୀ ଶୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗଦାନ କରିଥିଲେ। ସମାଜସେବୀ ଦୀନବନ୍ଧୁ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories