www.samajalive.in
Sunday, December 7, 2025
18.1 C
Bhubaneswar

ଆରମ୍ଭ ହେଲା ଆଦିବାସୀ ମେଳା, ଏଥର ଦର୍ଶକ ଭର୍ଚୁଆଲ୍‌ରେ କରିପାରିବେ ଭ୍ରମଣ

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରର ୟୁନିଟ୍ ୧ସ୍ଥିତ ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା-୨୦୨୧ ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଦିବାସୀ ମେଳା-୨୦୨୧’ ଭର୍ଚୁଆଲ୍‌ ମୋଡ୍‌ରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟ ସରକାର ଓଡ଼ିଶାରେ ଜନଜାତିଙ୍କ କଲ୍ୟାଣ ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଉଦ୍‌ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଜଗନ୍ନାଥ ସାରକା, ଉନ୍ନୟନ କମିଶନର ପ୍ରଦୀପ ଜେନା, ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା, ଜନଜାତି ନିର୍ଦେଶକ ପୁନମ ଗୁହା ପ୍ରମୁଖ ଉପସ୍ଥିତ ଥିଲେ।


ଆଜିଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆଦିବାସୀ ମେଳା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଏବଂ ଦର୍ଶକମାନେ ମେଳା ପରିଦର୍ଶନ କରିପାରିବେ। ଓଡ଼ିଶାର ଜନଜାତିମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ତଥା ଲଘୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଏହି ଆଦିବାସୀ ମେଳା-୨୦୨୧ରେ ବିକ୍ରୟ କରାଯିବା ନେଇ ବ୍ୟବସ୍ଥା ହୋଇଛି। ୨୨ଟି ଆଇଟିଡିଏ ଓ ୧୭ଟି ଅଣୁ ପ୍ରକଳ୍ପର ଅଧିକାରୀଙ୍କ ଦ୍ୱାରା ଆଦିବାସୀ ମେଳା-୨୦୨୧ରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମନୋନୀତ କରାଯାଇଛି। ଏଥର କେବଳ ୯୦ଟି ଷ୍ଟଲ ମାଧ୍ୟମରେ ଜନଜାତିଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ସୁବିଧା କରାଯାଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ଦର୍ଶକ ଭର୍ଚୁଆଲ୍‌ ମୋଡ଼୍‌ରେ ଦେଖିପାରିବେ। ଦର୍ଶକମାନେ ୱେବସାଇଟ www.adivasimela2021.comରେ ପଞ୍ଜୀକରଣ କରିପାରିବେ। ଏହା ମାଧ୍ୟମରେ ସେମାନେ ଜନଜାତିଙ୍କ ସହ ସାଂସ୍କୃତିକ ଆଳାପ, ଜ୍ଞାନ ଆଦାନ ପ୍ରଦାନ, ଜନଜାତିଙ୍କ ପ୍ରସ୍ତୁତ କଳା, ସ୍ଥାପତ୍ୟ, ରନ୍ଧନକଳା ସଂପର୍କିତ ଦ୍ରବ୍ୟ ଦେଖିପାରିବେ ଏବଂ ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀର ଇ-ମାର୍କେଟିଂ ମଧ୍ୟ କରିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

- Advertisement -


ଆଦିବାସୀ ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯାଇଛି। ଦର୍ଶକମାନଙ୍କୁ ମାସ୍କ ଓ ସାମାଜିକ ଦୂରତା ପାଳନ କରାଯିବାକୁ କୁହାଯାଇଛି। ଏହାସହିତ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ପ୍ରଫେସର ଓତା ପ୍ରକାଶ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories