www.samajalive.in
Sunday, December 7, 2025
26.1 C
Bhubaneswar

ପାର୍କ ବନ୍ଧକ ରଖି ଋଣ କରିବେ ପାକିସ୍ତାନ ସରକାର

ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଥିବାବେଳେ ଆର୍ଥିକ ମାନ୍ଦାବସ୍ଥା ଦୂର କରିବା ଲାଗି ଇମ୍ରାନ୍‌ ଖାନ ସରକାର ଋଣ କରୁଛନ୍ତି। ତେବେ ଏଥର ଋଣ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସଲାମାବାଦର ସବୁଠୁ ବଡ଼ ପାର୍କକୁ ବନ୍ଧକ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ପାର୍କର ନାମ ହେଉଛି ଏଫ-୯ ପାର୍କ। ମଦାର-ଆଇ-ମିଲତ ଫତିମା ଜିନାଙ୍କ ନାମରେ ଏହାର ନାମକରଣ ହୋଇଛି। ୭୫୯ ଏକର ଜାଗାରେ ଏହି ପାର୍କ ନିର୍ମାଣ କରାଯାଇଛି। ୫୦ ହଜାର କୋଟି ଟଙ୍କାର ଋଣ ପାଇଁ ଇମ୍ରାନ ଏହାକୁ ବନ୍ଧକ ରଖିବେ। ଡନ୍‌ ଖବରକାଗଜ ରିପୋର୍ଟ ଅନୁସାରେ, ମଙ୍ଗଳବାର ଏ ସମ୍ପର୍କରେ ଆୟୋଜିତ ହେବାକୁ ଥିବା ସଂଘୀୟ କ୍ୟାବିନେଟରେ ଇମ୍ରାନ ପ୍ରସ୍ତାବ ରଖିବେ।

- Advertisement -

ଋଣ ପାଇଁ ବନ୍ଧକ ରଖାଯିବା ଲାଗି କ୍ୟାପିଟାଲ ଡେଭେଲପମେଣ୍ଟ ଅଥରିଟିଙ୍କ ପକ୍ଷରୁ ଏକ ନୋ ଅବଜେକ୍ସନ ସାର୍ଟିଫିକେଟ (ଏନଓସି) ଜାରି କରାଯାଇଛି। ଏହା ପାକିସ୍ତାନ ପାଇଁ ନୂଆ ଘଟଣା ନୁହେଁ, ଅତୀତରେ ମଧ୍ୟ ଅନେକ କୋଠା, ଅନୁଷ୍ଠାନ ଏବଂ ରାସ୍ତାକୁ ପାକିସ୍ତାନ ସରକାର ବନ୍ଧକ ରଖି ଋଣ କରିଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories