www.samajalive.in
Wednesday, December 10, 2025
15.1 C
Bhubaneswar

ଝିମିଟି ଖେଳରୁ ମହାଭାରତ ; ଛେଳି ଚରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ବଲାଙ୍ଗିର/ଦେଓଗାଁ : ମୁଗ କ୍ଷେତକୁ ପାଣି ଦେବା ପାଇଁ ପାଇପ୍ ବିଛା ଯାଇଥିଲା। ଏହି ପାଇପ୍‌କୁ ଛେଳି ମାଡିଦେଲା। ଆଉ ଏହି ଛେଳି ଚରାକୁ ନେଇ ଆରମ୍ଭ ହୋଇଥିଲା ଝଗଡ଼ା। ସାଧାରଣ ଛେଳି ଚରା ଘଟଣା ଯେ ଏତେ ଭୟଙ୍କର ହେବ ତାହା କେହି ଅନୁମାନ କରି ନଥିଲେ। କିନ୍ତୁ ଶନିବାର ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ଜରାସିଂହାରେ ଛେଳି ଚରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଆଉ ଏହି ଘଟଣାରେ ୨ଜଣ ଆଖି ବୁଜି ଥିବା ବେଳେ ୩ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦେଓଗାଁ ଓ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶନିବାର ଦିନ ପ୍ରାୟ ୪ଟା। ଜରାସିଂହା ବସ୍ତିର ଧନମତ ରାଉତ(୫୭) ଛେଳି ଚରାଉଥିଲେ। ସେହିପରି ବସ୍ତି ନିକଟରେ ଥିବା ହରିଜନ ପଡ଼ାର ଯୁବକମାନେ ମଧ୍ୟ ସେଠାରେ ଛେଳି ଚରାଉଥିଲେ। ମୁଗ କ୍ଷେତକୁ ପାଣି ମଡା ଯାଉଥିବା ବେଳେ ଛେଳି ଚରାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଝଗଡ଼ା ଯୋଗୁଁ ଉତକ୍ଷିପ୍ତ ଶ୍ରୀ ରାଉତ ହାତରେ ଧରିଥିବା ଟାଙ୍ଗିଆରେ ଆକ୍ରମଣ କରିଥିଲେ ହରିଜନପଡ଼ାର ଯୁବକମାନଙ୍କୁ। ଏଥିରେ ୪ଜଣ ଗୁରୁତର ହୋଇଥିଲେ। ଆକ୍ରମଣ ପରେ ଶ୍ରୀ ରାଉତ ଘରକୁ ପଳାଇ ଆସିଥିଲେ। ତେବେ ପ୍ରତିଶୋଧ ପରାୟଣ ହୋଇ ହରିଜନପଡ଼ାର ଲୋକେ ଉଠି ଆସିଥିଲେ ଶ୍ରୀ ରାଉତଙ୍କ ଘରକୁ। ପାଟିତୁଣ୍ଡ କରିବା ସହ କେତେଜଣ ରଫାରେ ଶ୍ରୀ ରାଉତଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ପଡି ଘଟଣାସ୍ଥଳରେ ଆଖି ବୁଜିଥିଲେ ଧନମତ। ପରିବାର ଲୋକେ ପହଞ୍ଚିଥିଲେ ବି କିଛି କରିପାରିଲେ ନାହିଁ। ଗୁରୁତର ଆହତ ୪ଜଣ ହରିଜନପଡ଼ାର ଯୁବକ ବିବିଏମ୍‌ସିଏଚ୍‌ରେ ଭର୍ତ୍ତି ହୋଇଥିବା ବେଳେ ଶ୍ୟାମ ବେଶ୍ରା ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଜରାସିଂହା ଘଟଣା ସଂପର୍କରେ ଜଣାପଡିବା ପରେ ଦେଓଗାଁ ଓ ତୁଷୁରା ଥାନା ପୁଲିସ ଗାଁରେ ପହଞ୍ଚିଛି। ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିଛି ପୁଲିସ। ଗାଁ ଶୂନଶାନ ହୋଇଯାଇଥିବା ବେଳେ ସମସ୍ତେ ଏହି ଘଟଣାକୁ ନେଇ ସ୍ତବ୍ଧ। ଝିମିଟି ଖେଳରୁ ମହାଭାରତ ବୋଲି ଆଲୋଚନା ହେଉଛି। ଗାଁରେ କେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ଫୋର୍ସ ମତୟନ କରାଯାଇଛି।

- Advertisement -

ସୂଚନାଯୋଗ୍ୟ ଯେ, ଗତ ୯ ବର୍ଷ ତଳେ ଠିକ୍ ଏହି ଜାନୁଆରି ୨୨ ତାରିଖରେ ଖପ୍ରାଖୋଲ ବ୍ଲକ ଲାଠୋରରେ ମଧ୍ୟ ଡ୍ରେସ କିଣାକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ସବର୍ଣ୍ଣ ଲୋକେ ହରିଜନପଡ଼ାରେ ପଶି ନିଆଁ ଲଗାଇ ଘର ପୋଡି ଦେଇଥିଲେ। ସେତେବେଳେ ଏହା ଜାତୀୟ ପ୍ରସଙ୍ଗ ପାଲଟିଥିଲା। ତେଣୁ ଜରାସିଂହା ଅଘଟଣ ବି ଗୁରୁତର ହେବା ପୂର୍ବରୁ ଏହାକୁ ପୁଲିସ ଗୁରୁତର ସହ ନେବାକୁ ସାଧାରଣରେ ମତପ୍ରକାଶ ପାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories