www.samajalive.in
Tuesday, December 9, 2025
15.1 C
Bhubaneswar

‘ପରାକ୍ରମ ଦିବସ’ : କଲକତାରେ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ, କଟକରେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶନିବାର କୋଲ୍‍କାତାରେ ‘ପରାକ୍ରମ ଦିବସ’ ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କ ୧୨୫ତମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ବର୍ଷେ ପର୍ଯ୍ୟନ୍ତ ଚାଲିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଦମ୍ୟ ସାହସ ଓ ନିଃସ୍ୱାର୍ଥପର ସେବାପାଇଁ ତାଙ୍କ ସମ୍ମାନାର୍ଥେ ଜାନୁୟାରୀ ୨୩ ତାରିଖ ଦିନଟିକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀ ନାଥ ଭବନ ନେତାଜୀ ସଂଗ୍ରହାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

- Advertisement -

ପ୍ରଧାନମନ୍ତ୍ରୀ କୋଲ୍‍କାତାର ନ୍ୟାସନାଲ୍‍ ଲାଇବ୍ରେରୀ ଓ ଭିକ୍ଟୋରିଆ ମେମୋରିଆଲ୍‍ଠାରେ ହେବାକୁ ଥିବା ଏହି ଉତ୍ସବରେ ଅଧ୍ୟକ୍ଷତା କରିବେ। ଆସନ୍ତାକାଲି କୋଲ୍‍କାତାରେ ପହଞ୍ଚିବା ପରେ ସେ ପ୍ରଥମେ ନ୍ୟାସନାଲ୍‍ ଲାଇବ୍ରେରୀ ଗସ୍ତ କରିବେ। ଏହାପରେ ସେ ନେତାଜୀଙ୍କ ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ଉଦ୍‍ଯାପନୀ ଅଭିଭାଷଣ ଦେବେ। ଭର୍ଚୁଆଲ୍‍ ଉପାୟରେ ହେଉଥିବା ଏହି ଆଲୋଚନା ଚକ୍ରରେ ଆମେରିକା, ଜର୍ମାନୀ, ମ୍ୟାଁମାର, ଥାଇଲ୍ୟାଣ୍ଡ୍‍ ଓ ବାଂଲାଦେଶରୁ ନେତାଜୀଙ୍କ ଉପରେ ଗବେଷଣା କରୁଥିବା ପ୍ରଖ୍ୟାତ ବ୍ୟକ୍ତିମାନେ ଅଂଶଗ୍ରହଣ କରିବେ।

ପରେ ସନ୍ଧ୍ୟାରେ ଶ୍ରୀ ମୋଦୀ ଭିକ୍ଟୋରିଆ ମେମୋରିଆଲ୍‍ଠାରେ ଏକ ପ୍ରଦର୍ଶନୀକୁ ବୁଲି ଦେଖିବେ। ୧୯୨୬ରୁ ୧୯୩୬ ମଧ୍ୟରେ ନେତାଜୀ ଲେଖିଥିବା ଚିଠିଗୁଡ଼ିକର ଏକ ସଙ୍କଳନର ଉନ୍ମୋଚନ କରାଯିବ ଓ ଏକ ପ୍ରୋଜେକ୍ଟ ମ୍ୟାପିଂ ଶୋ’ର ଉଦ୍‍ଘାଟନ କରାଯିବ। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ନେସନାଲ ଆର୍ମିର ବରିଷ୍ଠ ସେନାନୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ
ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବାର ଆଶା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories