www.samajalive.in
Sunday, December 7, 2025
14.1 C
Bhubaneswar

ଅରୁଣାଚଳକୁ ପୁଣି ନିଜର କହିଲା ଚୀନ, ଗାଁ ନିର୍ମାଣ ଖବର ଉପରେ ଦେଲା ଏପରି ପ୍ରତିକ୍ରିୟା

ବେଜିଂ: ଭାରତର ଅରୁଣାଚଳ ପ୍ରଦେଶରେ ଚୀନ ଗାଁ ବସାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ଚୀନ ପ୍ରତିକ୍ରିୟା ପ୍ରକାଶ କରି ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି ଦୋହରାଇଛି। ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି ଯେ, ଚୀନର ବିକାଶ ଏବଂ ନିର୍ମାଣ କାର୍ଯ୍ୟ ସ୍ବାଭାବିକ। ଏହା କୌଣସି ଦୋଷ ବାହାରେ।

ଚୀନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନୟିଙ୍ଗ ଏକ ପ୍ରେସ୍‌ ବ୍ରିଫିଂରେ କହିଛନ୍ତି, ଜଙ୍ଗନାନ୍‌ ଅଞ୍ଚଳ (ଦକ୍ଷିଣ ତିବ୍ଦତ) ଉପରେ ଚୀନର ସ୍ଥିତି ସ୍ପଷ୍ଟ ଏବଂ ସ୍ଥିର। ତଥାକଥିତ ଅରୁଣାଚଳ ପ୍ରଦେଶକୁ ଆମେ କେବେ ବି ମାନ୍ୟତା ଦେଇନାହୁଁ।

- Advertisement -

ଚୀନ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଅଂଶ ବୋଲି ଦର୍ଶାଉଥିବାବେଳେ ଭାରତ ଏହାକୁ ନିଜର ଅଭିନ୍ନ ଏବଂ ଅଖଣ୍ଡ ଅଂଶ ବୋଲି କହିଆସୁଛି। ଚୁନୟିଙ୍ଗ କହିଛନ୍ତି ଯେ, ଆମ ନିଜ ଅଞ୍ଚଳରେ ଚୀନର ବିକାଶ ଏବଂ ନିର୍ମାଣ କାର୍ଯ୍ୟ ସ୍ବାଭାବିକ କଥା। ଏହା ଦୋଷ ବାହାରେ, କାରଣ ଏହି ଅଞ୍ଚଳ ଆମର ଅଟେ।

ସୂଚନାଯୋଗ୍ୟ, ଭୂଟାନ ପରେ ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ସ୍ବତନ୍ତ୍ର ଗାଁ ବସାଇଥିବା ଦୁଇ ଦିନ ତଳେ ସାମ୍ନାକୁ ଆସିଥିଲା। ଅରୁଣାଚଳ ପ୍ରଦେଶର ସାରି ଚୁ ନଦୀ ନିକଟ ଉପର ସୁବନ୍‌ସିରି ଜିଲାରେ ଏହି ଗାଁ ସ୍ଥାପନ ହୋଇଛି। ଭାରତୀୟ ଅଞ୍ଚଳର ସାଢ଼େ ୪ କିଲୋମିଟର ଭିତରେ ଏହି ଗାଁ ନିର୍ମିତ। ସମ୍ପୃକ୍ତ ଅଞ୍ଚଳ ଭାରତ ଓ ଚୀନ ମଧ୍ୟରେ ବିବାଦୀୟ ଭାବେ ଚିହ୍ନଟ ହୋଇ ରହିଥିଲେ ମଧ୍ୟ ଚୀନ ଜୋର ଜବରଦସ୍ତ ଏହି ଗ୍ରାମ ନିର୍ମାଣ କରିଥିବା ଏବେ ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ଗତ ନଭେମ୍ବର ୧ ସୁଦ୍ଧା ଏହି ଗ୍ରାମ ନିର୍ମାଣ ହୋଇଛି, ଯେଉଁଠାରେ ୧୦୧ଟି ଘର ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories