www.samajalive.in
Wednesday, December 10, 2025
17.1 C
Bhubaneswar

ମିଳୁନି ସବସିଡ ଅର୍ଥ, ଧାନସଂଗ୍ରହ ବାଧାପ୍ରାପ୍ତ ହେବା ଆଶଙ୍କା

ଭୁବନେଶ୍ବର: କେନ୍ଦ୍ର ସରକାର ସବସିଡ ଅର୍ଥ ଠିକ ସମୟରେ ଦେଉନଥିବାରୁ ରାଜ୍ୟରେ ଧାନସଂଗ୍ରହ କ୍ଷେତ୍ରରେ ସମସ୍ୟା ଦେଖା ଦେଇଛି। ଧାନସଂଗ୍ରହ ନିମନ୍ତେ ରାଜ୍ୟ ଯୋଗାଣ ନିଗମ ୧୫ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ କରିଥିବାବେଳେ ସବସିଡ ବାବଦକୁ ପାଇବାକୁ ଥିବା ଟଙ୍କା ନ ପାଇବା ଫଳରେ ନିଗମ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ଏଥିପାଇଁ ଧାନସଂଗ୍ରହ କାର୍ୟ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହେଲାଣି। ଧାନସଂଗ୍ରହ ବାବଦକୁ ବକେୟା ରହିଥିବା ୬୦୩୯ କୋଟି ଟଙ୍କା ସବସିଡ ଅର୍ଥ ପ୍ରଦାନ କରିବା ଏବଂ ଚାଉଳ ଉଠାଣ କ୍ଷେତ୍ରରେ ଜାରି କଟକଣାର ପୁନର୍ବିଚାର କରିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ମଙ୍ଗଳବାର ମନ୍ତ୍ରୀ ଶ୍ରୀ ସ୍ବାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସବସିଡ ବାବଦରେ ପାଇବାକୁ ଥିବା ଅର୍ଥ ତୁରନ୍ତ ଯୋଗାଇବା ସହ ଚାଉଳ ଉଠାଣ ଉପରେ ଭାରତୀୟ ଖାଦ୍ୟ ନିଗମ ଜାରି କରିଥିବା କଟକଣା ଉଠାଯାଉ।

ମନ୍ତ୍ରୀ ଶ୍ରୀ ସ୍ବାଇଁ ଜଣାଇଛନ୍ତି ଯେ ରାଜ୍ୟରେ ଗତବର୍ଷ ଆଜିର ତାରିଖ ତୁଳନାରେ ୨୨ ପ୍ରତିଶତରୁ ଅଧିକ ଖରିଫ ଧାନସଂଗ୍ରହ କରାଯାଇ ସାରିଲାଣି। ଅଧିକ ସଂଖ୍ୟାରେ ଚାଷୀ ଧାନ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିଛନ୍ତି। ଏହା ରାଜ୍ୟର କୃଷି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରୁଛି। ଧାନସଂଗ୍ରହ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ ସହ ଧାନ ବିକ୍ରି ଲବ୍ଧ ଅର୍ଥ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଉଛି। କୋଭିଡ୍ ସ୍ଥିତିରେ ମଧ୍ୟ ରାଜ୍ୟ ସରକାର ଦୂରଦୂରାନ୍ତ ଏବଂ ଅଗମ୍ୟ ଅଞ୍ଚଳର ଚାଷୀଙ୍କଠାରୁ ଧାନସଂଗ୍ରହ କରିପାରିଛନ୍ତି। କୋଭିଡ ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାର ପୁନରୁଦ୍ଧାର ଦିଗରେ କୃଷିର ବିଶେଷ ଭୂମିକା ରହିଥିବାରୁ କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବା ଉଚିତ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

- Advertisement -

ଭାରତୀୟ ଖାଦ୍ୟ ନିଗମ ୨୦୨୦-୨୧ ଖରିଫ ଋତୁରେ ରାଜ୍ୟରୁ ଗତବର୍ଷ ତୁଳନାରେ ୫୦ ପ୍ରତିଶତ ଉଷୁନା ଚାଉଳ ଉଠାଣ ଏବଂ ରବି ଋତୁରେ କେବଳ ଅରୁଆ ଚାଉଳ ସଂଗ୍ରହ କରିବ ବୋଲି ଜଣାଇଛି। ଏହି ପରିପ୍ରେକ୍ଷୀରେ ଚାଉଳ ଉଠାଣ କଟକଣା ଉଠାଇବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ୨୦୦୩-୦୪ ଖରିଫ ବିପଣନ ବର୍ଷ ଠାରୁ ରାଜ୍ୟ ସରକାର ବିକେନ୍ଦ୍ରୀକରଣ ସଂଗ୍ରହ ବ୍ୟବସ୍ଥାରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀଙ୍କଠାରୁ ସିଧାସଳଖ ଧାନସଂଗ୍ରହ କରୁଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶା କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଚତୁର୍ଥ ସର୍ବାଧିକ ଖାଦ୍ୟଶସ୍ୟ ଯୋଗାଣକାରୀ ରାଜ୍ୟର ମାନ୍ୟତା ହାସଲ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories