www.samajalive.in
Sunday, December 7, 2025
13.1 C
Bhubaneswar

ଅହମ୍ମଦାବାଦ ଓ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ୟ୍ୟାୟ ଓ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଏହି ଦୁଇ ସହରାଞ୍ଚଳ ବାଣିଜ୍ୟ କେନ୍ଦ୍ରକୁ ଉତ୍ତରାୟଣର ପରେ ପରେ ୧୭ ହଜାର କୋଟି ଟଙ୍କା ସମ୍ବଳିତ ଏହି ଉପହାର ମିଳିଛି।
ସେ କହିଛନ୍ତି, କେଭାଡ଼ିଆ ସହ ରେଳ ସଂଯୋଗ ସ୍ଥାପନ ଓ ସୁରତ୍‍ ଏବଂ ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପଗୁଡ଼ିକ ସେହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପଗୁଡିକର କାର୍ୟ୍ୟକାରିତା ସହ ଦେଶରେ କୋଭିଡ୍‍ ସଂକ୍ରମଣ ସମୟରେ ମଧ୍ୟ ମୌଳିକ ଢାଞ୍ଚା ବିକାଶ ବନ୍ଦ୍‍ ହୋଇ ନାହିଁ ବୋଲି ସମଗ୍ର ବିଶ୍ୱକୁ ସନ୍ଦେଶ ମିଳିଛି। ସେ କହିଛନ୍ତି, ଏହି ମେଟ୍ରୋ ପ୍ରକଳ୍ପ ଗୁଡ଼ିକର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଏଗୁଡ଼ିକ ଭବିଷ୍ୟତର ଆବଶ୍ୟକତାଗୁଡ଼ିକୁ ପୂରଣ କରିପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ମେଟ୍ରୋ ରେଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଇ ସରକାର ଏକ ସମନ୍ୱିତ ପରିବହନ ବ୍ୟବସ୍ଥା ସ୍ଥାପନ କରୁଛନ୍ତି।
ସେ କହିଛନ୍ତି, ମେଟ୍ରୋ ରେଳ ପ୍ରକଳ୍ପଗୁଡ଼ିକୁ ଅନ୍ୟ ପରିବହନ ବ୍ୟବସ୍ଥାଗୁଡ଼ିକ ସହ ସମନ୍ୱୟରେ କାର୍ଯ୍ୟକାରୀ କରାଯାଉଛି। ସେ କହିଛନ୍ତି, ୨୦୧୪ ପୂର୍ବରୁ ୧୦ରୁ ୧୨ ବର୍ଷ ଭିତରେ ମାତ୍ର ୨୨୫ କିଲୋମିଟର ମେଟ୍ରୋ ଲାଇନ୍‍ କାର୍ୟ୍ୟକାରୀ ହୋଇଥିଲା। କିନ୍ତୁ ଗତ ୬ ବର୍ଷ ଭିତରେ ୪୫୦ କିଲୋମିଟର ମେଟ୍ରୋ ରେଳ ଲାଇନ୍‍ କାର୍ଯ୍ୟକାରୀ କରାଯାଇଛି। ଶ୍ରୀ ମୋଦୀ କହିଛନ୍ତି, ଦେଶରେ ୧ ହଜାର କିଲୋମିଟରରୁ ଅଧିକ ମେଟ୍ରୋ ରେଳ ନେଟ୍‍ୱର୍କ ସ୍ଥାପନ ପାଇଁ କାର୍ୟ୍ୟ ଚାଲିଛି। ସୁରଟ ଓ ଅହମ୍ମଦାବାଦର ଦ୍ରୁତ ବିକାଶ ଉପରେ ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦୁଇ ସହର ଆତ୍ମନିର୍ଭର ଭାରତକୁ ଆହୁରି ଶକ୍ତିଶାଳୀ କରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ସୁରଟ ସହର ବର୍ତ୍ତମାନ ବିଶ୍ୱର ଚତୁର୍ଥ ଦ୍ରୁତ ବିକାଶମୁଖୀ ନଗରୀ ହୋଇପାରିଛି। ‘ଏକ୍‍ ଭାରତ-ଶ୍ରେଷ୍ଠ ଭାରତ’ର ଏହା ସର୍ବୋତ୍କୃଷ୍ଟ ଉଦାହରଣ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି, ପୂର୍ବରୁ ସୁରଟରେ ଶତକଡ଼ା ୨୦ ଭାଗ ଲୋକ ବସ୍ତି ଅଞ୍ଚଳରେ ବାସ କରୁଥିଲେ। ଶସ୍ତା ବାସଗୃହ ଯୋଗାଇ ଦିଆଯିବା ପରେ ବର୍ତ୍ତମାନ ମାତ୍ର ଶତକଡ଼ା ୬ ଭାଗ ଲୋକ ସେଠାରେ ବସ୍ତିରେ ବାସ କରୁଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ସର୍ବପ୍ରଥମ ଐତିହ୍ୟ ସହର ଅହମ୍ମଦାବାଦରେ ସାବରମତି ରିଭର୍‍ ଫ୍ରଣ୍ଟ୍‍, କଙ୍କଡ଼ିଆ ଲେକ୍‍ ଫ୍ରଣ୍ଟ୍‍ ଓ ବିଆରଟିଏସ ପ୍ରକଳ୍ପ ଭଳି ଅନେକ ବିକାଶମୂଳକ ଯୋଜନା କାର୍ୟ୍ୟକାରୀ ହୋଇଛି। ସେ କହିଛନ୍ତି, ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇ ସହ ଅହମ୍ମଦାବାଦ ଓ ସୁରଟକୁ ବୁଲେଟ୍‍ ଟ୍ରେନ୍‍ ମାଧ୍ୟମରେ ସଂଯୋଗ କରାଯିବା ପରେ ଏଗୁଡ଼ିକର ବିକାଶ ବହୁ ଗୁଣ ବୃଦ୍ଧି ପାଇବ। ଶ୍ରୀ ମୋଦି କହିଛନ୍ତି, ଗାନ୍ଧିନଗର ଦିନେ ସରକାରୀ ଚାକିରିଆ ଓ ବରିଷ୍ଠ ନାଗରିକମାନଙ୍କ ସହର ଭାବେ ପରିଚିତ ଥିଲା; କିନ୍ତୁ ସେଠାରେ ବହୁ ପ୍ରମୁଖ ଶିକ୍ଷାନୁଷ୍ଠା ଓ ବୈଷୟିକ ପ୍ରତିଷ୍ଠାନର ସ୍ଥାପନ କରାଯିବାଦ୍ୱାରା ଆଜି ଏହା ଦେଶର ଯୁବ ସମାଜ ପାଇଁ ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା, ଗୁଜରାଟ ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏହି କାର୍ୟ୍ୟକ୍ରମରେ ସେଠାରେ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories