www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୪ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ଚାଷୀ ପ୍ରସ୍ତୁତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ୨୦୨୪ ମେ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କୃଷକମାନେ ପ୍ରସ୍ତୁତ ଅଛନ୍ତି। ରବିବାର ଏପରି ମନ୍ତବ୍ୟ ଦେଇଛନ୍ତି ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାୟତ। ସେ କହିଛନ୍ତି, ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଏକ ‘ବୈଚାରିକ କ୍ରାନ୍ତି’।

ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟିକାୟତ କହିଥିଲେ ଯେ, ସେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ନେଇ ଆଇନଗତ ଗ୍ୟାରେଣ୍ଟି ଚାହୁଁଛନ୍ତି। ଏହି ବୈଚାରିକ କ୍ରାନ୍ତି ବିଫଳ ହେବ ନାହିଁ। ଗାଁରେ ଚାଷୀମାନେ ଚାହୁଁଛନ୍ତି ଯେ ଆମେ ସେପର୍ଯ୍ୟନ୍ତ ଘରକୁ ନ ଫେରୁ, ଯେପର୍ଯ୍ୟନ୍ତ ୩ଟି ଯାକ ଆଇନ ପ୍ରତ୍ୟାହାର ନ ହୋଇଛି। ସରକାର ଦାବି ପୂରଣ ନ କରିବା ଲାଗି ନିଜ ଜିଦରେ ଅଟଳ ଅଛନ୍ତି। ତେଣୁ ଆନ୍ଦୋଳନ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁ ରହିବ।

- Advertisement -

ସୂଚନାଯୋଗ୍ୟ, କୃଷି ଆଇନ ବିରୋଧରେ ଗତ ନଭେମ୍ବର ୨୬ରୁ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି। କେନ୍ଦ୍ର ସରକାର ୩ଟି ଯାକ ଆଇନ ପ୍ରତ୍ୟାହାର ନ କରିବା ଯାଏ ସେମାନେ ଧାରଣା ସ୍ଥଳରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories