www.samajalive.in
Sunday, December 7, 2025
26.1 C
Bhubaneswar

ଖରିଫ ଋତୁରେ ସଂଗ୍ରହ ହେଲାଣି ୫୬୩ଲକ୍ଷ ଟନ୍‍ ଧାନ

ଚଳିତ ଖରିଫ ବିପଣନ ଋତୁରେ ପାଖାପାଖି ୫୬୩ଲକ୍ଷ ଟନ୍‍ ଧାନ ସଂଗୃହୀତ ହୋଇଛି। ଗତବର୍ଷ ତୁଳନାରେ ଏହା ୨୬.୨୮ପ୍ରତିଶତ ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ୪୪୫ଲକ୍ଷ ଟନ୍‍ ଧାନ ସଂଗୃହିତ ହୋଇଥିଲା। କୃଷି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ଚାଷୀଙ୍କଠାରୁ ଧାନ ସଂଗ୍ରହ କାର୍ଯ୍ୟ ଜାରି ରହିବ। ୭୮ଲକ୍ଷ ଚାଷୀ ଏହା ଦ୍ୱାରା ଉପକୃତ ହୋଇଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ସେମାନଙ୍କ ଜମା ଖାତାକୁ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି।

ପଞ୍ଜାବ, ହରିୟାଣା,ଉତ୍ତରପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ତାମିଲନାଡୁ, ଚଣ୍ଡିଗଡ, ଜାମ୍ମୁ ଏବଂ କାଶ୍ମୀର, କେରଳ,
ଗୁଜରାଟ୍‍, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡିଶା, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଝାଡଖଣ୍ଡ, ଆସାମ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରୁ ଏହି ଧାନସଂଗ୍ରହ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories