www.samajalive.in
Tuesday, December 9, 2025
17.1 C
Bhubaneswar

ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ହଜାର ୪୧୨ଜଣ ହିତାଧିକାରୀଙ୍କୁ ଟିକା

କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ ହଜାର ୪୧୨ ଜଣ ହିତାଧିକାରୀ ଟିକା ନେଇଛନ୍ତି। ୩୩୨ଟି ଟିକାକରଣ କେନ୍ଦ୍ରରେ ଏହି ପ୍ରତିଷେଧକ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିହାରରେ ୧୮ ହଜାର ୧୬୯, କର୍ଣ୍ଣାଟକରେ ୧୩ ହଜାର ୫୯୪ ଏବଂ ଗୁଜରାଟରେ ୧୦ ହଜାର ୭୮୭ ଜଣ ପ୍ରତିଷେଧକ ଟିକା ନେଇଛନ୍ତି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩ ହଜାର ୩ ଶହ ୫୧ଟି କେନ୍ଦ୍ରରେ ଏକା ସମୟରେ ଏହି ଟିକାକରଣ ପ୍ରଦାନ କରାଯାଇଛି। ଦେଶବ୍ୟାପି ଏହି ଅଭିଯାନର ତଦାରଖ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି।

ଲଦାଖର ଇଣ୍ଡୋ ତିବତିଆନ ବର୍ଡର ପୋଲିସ-ଆଟିବିପିର ପାଖାପାଖି ୨୦ଜଣ ସ୍ୱାସ୍ଥ୍ୟକର୍ମୀ ଗତକାଲି କରୋନା ଟିକା ନେଇଛନ୍ତି। ଆଇଟିବିପିର ମୁଖ୍ୟପାତ୍ର ବିବେକ କୁମାର ପାଣ୍ଡେ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କେତେକ ବୈଷୟିକ ତ୍ରୁଟି ଦେଖାଦେବାରୁ ସେଠାକାର ସରକାର ଟିକାକରଣ ଅଭିଯାନକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ମଙ୍ଗଳବାରଠାରୁ ପୁଣି ଥରେ ଟିକାକରଣ କାର୍ଯ୍ୟକ୍ରମ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୮ଦିନ ମଧ୍ୟରେ ରାଜ୍ୟର ୪ ଲକ୍ଷ ୪୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାପ୍ରଦାନ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories