www.samajalive.in
Monday, December 8, 2025
14.1 C
Bhubaneswar

ଶାରିରୀକ, ମାନସିକ ଓ ସାମାଜିକ ସୁସ୍ଥତା ପାଇଁ ଯୋଗ ଓ ପ୍ରାଣାୟମ ଉପରେ ଗୁରୁତ୍ୱ

ବାଙ୍କୀ : ବାଙ୍କୀ ଉପଖଣ୍ଡର ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଧିଷ୍ଟ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ୫ମ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବକୁ ଉଦ୍ଦ୍‍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଠ ପରିବେଶ ବିତ୍‍ ପ୍ରଫେସର ଡଃ. ଆଶୁତୋଷ ଦେବତା ଯୋଗଦେଇ ଆତ୍ମଶକ୍ତି, ଆତ୍ମ ବିଶ୍ୱାସ ବଢିବାର ଆହ୍ୱାନ ଦେଇ ବରିଷ୍ଠ ହିଁ ଜୀବନର ମୁଳ ସୋପାନ। ଏଣୁ ସମସ୍ତେ ମାନସିକ ଦୃଢତା ରଖିବା ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ନାଗରିକ ଦି-ହୋପ୍‍ର ସଭାପତି ଡଃ. ସତ୍ୟ ରାୟ, ବାଙ୍କୀ ସସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ନିରଞ୍ଜନ ସିଅ, ରାଜ୍ୟ ବରିଷ୍ଠ ନାଗରିକ ସଂଘ ଓଡିଶାର ସମ୍ପାଦକ ଯୁଗୋଳ କିଶୋର ସାହୁ, ସମାଜସେବୀ ଅର୍ଜୁନ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ପାଇଁ ଶାରିରୀକ,ମାନସିକ ଓ ଆଧ୍ୟାତ୍ମିକ ବିକାଶ କ୍ଷେତ୍ରରେ ବରିଷ୍ଠ ନାଗରିକମାନେ ସମୟ ଦେଇ ଯୋଗ ପ୍ରାଣାୟମ କରିବା ଉପରେ ଗୁରୁତ୍ୱ ଦେବାପାଇଁ ଆହ୍ୱାନ ଦେଇଛନ୍ତି। ସେହିପରି ବରିଷ୍ଠ ମାନେ ନିଜ ପ୍ରତି ବିଶ୍ୱାସକୁ ଦୃଢ କରି ଅନ୍ୟ ମାନଙ୍କ ପାଇଁ ଚିନ୍ତା ବଢାଇ ପାରିଲେ ନିଜେ ସୁସ୍ଥ ରହିପାରିବେ ବୋଲି ମତ ବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ବିପିନୀ ବିହାରୀ ମହାନ୍ତି ବିବରଣୀ ପାଠ କରିଥିଲେ। କବି ବଂଶୀଧର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଂଯୋଜକ ସମାଜସେବୀ କେଶବ ଚନ୍ଦ୍ର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଏହି ଉତ୍ସବରେ ଚିତ୍ରଶିଳ୍ପୀ ମହେନ୍ଦ୍ର କିଶୋର ମହାପାତ୍ର, ଗତ ମାଟ୍ରିକ ପରୀକ୍ଷାରେ ବାଙ୍କୀ ଉପଖଣ୍ଡରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ର ସୃଜନ କାନ୍ତ ବେଉରା, ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ, ଯୁଗୋଳ କିଶୋର ସାହୁ ଓ କଳାକାର ରାଜେନ୍ଦ୍ର କୁମାର ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ବାଙ୍କୀର ପୂର୍ବତନ ବିଧାୟକଙ୍କ ସମେତ ୧୨ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ବଣ୍ଟନ କରାଯାଇଛି। ଉତ୍ସବରେ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ମୁଖପତ୍ର ଆମେ ବରିଷ୍ଠ ଲୋକାର୍ପିତ ହୋଇଥିଲା। ସଞ୍ଜୋଜକ କେଶବ ଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଶିଳ୍ପୀ ବାବୁଲି ରଣା ଓ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବରିଷ୍ଠଙ୍କ ମନ ଜିଣିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories