www.samajalive.in
Monday, December 8, 2025
16.1 C
Bhubaneswar

କୁଡୁମାଲୀ ଲିପିର ସ୍ରଷ୍ଟା ଦିବ୍ୟାଙ୍ଗ ହରେକୃଷ୍ଣ

ବାରିପଦା: ପ୍ରତ୍ୟେକ ଜାତି ବା ଗୋଷ୍ଠୀର କଥିତ ଭାଷା ସହ ଲିଖିତ ଲିପି ରହିଛି। ସାନ୍ତାଳୀ ସମ୍ପ୍ରଦାୟଙ୍କ ନିମନ୍ତେ ଅଲଚିକି, ମୁଣ୍ଡା ସମ୍ପ୍ରଦାୟ ନିମନ୍ତେ ମୁଣ୍ଡାରୀ ସମ୍ପ୍ରଦାୟର ବାନୀ ଲିପି, ଭୂମିଜ ସମ୍ପ୍ରଦାୟ ନିମନ୍ତେ ଭୂମିଜାଲି ଲିପି ଏବଂ ହୋ’ ସମ୍ପ୍ରଦାୟ ନିମନ୍ତେ ୱାରାଞ୍ଚିତି ଲିପି ସୃଷ୍ଟି ହୋଇସାରିଛି। ୧୯୯୬ରେ ଜିଲା ତଥା ରାଜ୍ୟ ଓ ରାଜ୍ୟ ବାହାରେ ବାସ କରୁଥିବା ବୃହତ କୁଡୁମୀ ସମ୍ପ୍ରଦାୟଙ୍କର କୁଡୁମ ଲିପି ସ୍ରଷ୍ଟି ପାଇଁ ପ୍ରାୟ ୧୨ ଜଣ ବ୍ୟକ୍ତି ଉଦ୍ୟମ କରିଥିବା ଜଣାଯାଏ। ପରବର୍ତ୍ତୀ ସମୟରେ ଏହିସବୁ ଲିପିକୁ ସ୍ୱୀକୃତି ମିଳି ନ ଥିବା ଏବଂ ଏହାକୁ ବିକଶିତ କରାଇବା ପାଇଁ କୌଣସି ଯୋଜନା ହୋଇ ନ ଥିବାରୁ ତାହା କୁଡୁମୀ ମହାନ୍ତ ମହାସଭାଦ୍ୱାରା ସ୍ୱୀକୃତି ପାଇପାରି ନ ଥିଲା। ଏହାକୁ ଅନୁଭବ କରି ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଗୁଣ୍ଡିହୁଡି ପଞ୍ଚାୟତର ହରେକୃଷ୍ଣ ମହାନ୍ତ (୪୬)ଙ୍କ ପ୍ରସ୍ତୁତ କୁଡୁମ ଲିପିକୁ ୨୦୦୦ ଫେବୃଆରୀ ୨ ତାରିଖରେ ବାରିପଦାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୁଡୁମୀ ମହାନ୍ତ ମହାସଭାଦ୍ୱାରା ଏହାକୁ ସ୍ୱୀକୃତି ଦିଆଯାଇଛି। ଇତିମଧ୍ୟରେ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଲିପିକୁ ସରକାରୀ ସ୍ୱୀକୃତି ମିଳି ନ ଥିବାର କୁଡୁମ ଲିପି ସ୍ରଷ୍ଟା ହରେକୃଷ୍ଣ ମହାନ୍ତ କ୍ଷୋଭର ସହ ‘ସମାଜ’କୁ କହିଛନ୍ତି।

ହରେକୃଷ୍ଣଙ୍କ ପିଲାଦିନେ ତାଙ୍କ ପିତା ଦଶରଥ ମହାନ୍ତ ଏହି ସମ୍ପ୍ରଦାୟର ବିଶିଷ୍ଟ ପର୍ବ ବାନ୍ଦନା ବା ଗୋମହିଷାଦି ପୂଜାର୍ଚ୍ଚନା ପର୍ବ ସମୟରେ ଗାଉଥିବା ବନ୍ଦାଣ ଗୀତ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ। ପିଲାଦିନୁ ବାନ୍ଦନା ଗୀତ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମହାନ୍ତ ସଂସ୍କୃତି ଓ ପରମ୍ପରାକୁ ଅଧିକ ଜାଣିବା ପାଇଁ ତାଙ୍କର ଚେଷ୍ଟା ଅବ୍ୟାହତ ରହିବା ସହ ଏହି ସଂସ୍କୃତି ଓ ପରମ୍ପରାର ବିଭିନ୍ନ ବିଭବକୁ ଗବେଷଣା କରି ଆସୁଛନ୍ତି। ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ +୩ କଳା ଅଧ୍ୟୟନ କରିବା ଅବସରରେ ସେ କୁଡୁମାଲୀ ଲିପି ପ୍ରସ୍ତୁତ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କଲେ। କଲେଜ ଶିକ୍ଷା ସମାପ୍ତ ପରେ ସରକାରୀ ଶିକ୍ଷକଭାବେ ଦୁଧିଆଶୋଳ ୟୁଜିଏମଇ ସ୍କୁଲରେ ଶିକ୍ଷକତା କରିବା ସହ କୁଡୁମାଲୀ ଲିପିକୁ ରୂପ ଦେବା ପାଇଁ ଦିନରାତି ଲାଗି ପଡ଼ିଲେ। ୨୦୦୦ରେ ତାଙ୍କଦ୍ୱାରା ପ୍ରସ୍ତୁତ ଲିପିକୁ ବାରିପଦାଠାରେ ଅନୁଷ୍ଠିତ କୁଡୁମୀ ମହାନ୍ତ ମହାସଭାରେ ଉପସ୍ଥାପନ କରି ସ୍ୱୀକୃତିଲାଭ କରାଇବାରେ ସଫଳ ହୋଇ ପାରିଥିଲେ। ପିଲାଦିନୁ ହରେକୃଷ୍ଣଙ୍କର ବାମ ଗୋଡ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କର ଦୃଢ ଇଚ୍ଛାଶକ୍ତି ଜିଲା, ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନସ୍ଥାନରେ ବାସ କରୁଥିବା କୁଡୁମୀ ସମ୍ପ୍ରଦାୟର ସଂସ୍କୃତିପ୍ରେମୀ ବିଜ୍ଞ ବ୍ୟକ୍ତିଙ୍କ ନିକଟକୁ ଜ୍ଞାନହାସଲ କରିବାକୁ ଯାଇ କୁଡୁମାଲୀ ଲିପି ପ୍ରସ୍ତୁତ କରିବାରେ ତାଙ୍କର ପ୍ରଚେଷ୍ଟା ଏବେ ଫଳବତୀ ହୋଇଛି।

- Advertisement -

ହରେକୃଷ୍ଣଙ୍କ ପୂର୍ବଜ କୁଡୁମାଲୀ ଭାଷା ସଂସ୍କୃତିର ପୁରୋଧା ଥିଲେ ବୋଲି ସେ ତାଙ୍କ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ଏଣୁ ସେହି ପୂର୍ବଜମାନଙ୍କର ଐତିହ୍ୟକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ସେ କୁଡୁମାଲୀ ଲିପି ସୃଷ୍ଟିକୁ ନିଜର ଧର୍ମଭାବେ ମାନି ନେଇଛନ୍ତି। ଇତିମଧ୍ୟରେ ବିଜେଡି ମୟୂରଭଞ୍ଜ ଜିଲାରୁ ମହାନ୍ତ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ରାଜ୍ୟସଭାକୁ ମନୋନୀତ କରି ମହାନ୍ତ ସମ୍ପ୍ରଦାୟର ସାମାଜିକ ଗୁରୁତ୍ୱ ବୃଦ୍ଧିରେ ସହାୟକ ହୋଇଛନ୍ତି। ଏଣୁ ଏହି ସମ୍ପ୍ରଦାୟର ସଂସ୍କୃତି ଓ ପରମ୍ପରା ଗୁରୁତ୍ୱକୁ ବୃଦ୍ଧି କରାଇବା ପାଇଁ କୁଡୁମାଲୀ ଭାଷାର ଲିପିକୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶାସନିକସ୍ତରରେ ସ୍ୱୀକୃତି ଦେବା ସହ ଏହାକୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଚଳିତ କରାଇବା ପାଇଁ ସେ ଆଶା ରଖିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories