www.samajalive.in
Tuesday, December 9, 2025
26.1 C
Bhubaneswar

କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ନବମ ପର୍ୟ୍ୟାୟ ଆଲୋଚନା ଆଜି

ନୂଆଦିଲ୍ଲୀ :  ସରକାର ଏବଂ ଆନ୍ଦୋଳନରତ  କୃଷକ ସଂଗଠନ ନେତାଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ନବମ ପର୍ୟ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ସରକାର ଖୋଲା ମନରେ କୃଷକଙ୍କ ନେତାଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଏବଂ ସକରାତ୍ମକ ଆଲୋଚନା ପାଇଁ ଆଶା ରଖିଛନ୍ତି।
ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟ ମଙ୍ଗଳବାର ତିନୋଟି କୃଷି ଆଇନର କାର୍ୟ୍ୟକାରିତାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହାସହ ଚାଷୀଙ୍କ ଅଭିଯୋଗ ଏବଂ ସରକାରଙ୍କ ମତାମତ ପାଇଁ ଏକ କମିଟି ଘୋଷଣା କରାଯାଇଥିଲା। ଏହି ପ୍ୟାନେଲରେ ଭାରତୀୟ କିଷାନ ୟୁନିଅନର ସଭାପତି ଭୁପିନ୍ଦର ସିଂହ ମାନ, ଶେତକାରୀ ସଂଗଠନ ମହାରାଷ୍ଟ୍ରର ସଭାପତି ଅନିଲ ଘନୱାଟ, ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ପ୍ରମୋଦ କୁମାର ଯୋଶୀ ଏବଂ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟିଙ୍କୁ ଏହି ପ୍ୟାନେଲରେ ନିଯୁକ୍ତ କରାଯାଇଛି।
ତେବେ ଗତକାଲି ଶ୍ରୀ ମାନ ଚାରିଜଣିଆ କମିଟିରୁ ଓହରି ଯାଇଛନ୍ତି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories