www.samajalive.in
Tuesday, December 9, 2025
15.1 C
Bhubaneswar

ଶାଶୂ ସହ ଦେଶୀ ମଦ ରାନ୍ଧୁଛନ୍ତି ଇଞ୍ଜିନିୟର ବୋହୂ

ଭଦ୍ରକ: କୋଠାଘର, ଘର ଆଗରେ କାର ଓ ବାଇକ। କିନ୍ତୁ ବାଡିପଟେ ଚୋରା ଦେଶୀ ମଦ ରନ୍ଧା ଚାଲିଥିଲା। ଖବର ପାଇ ରମ୍ଭିଳା ଘୁଷୁରୀପୋଖରୀ ଗାଁରେ ସଦଳବଳ ଚଢ଼ଉ କରିଥିଲେ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା। ମଦ ରନ୍ଧାରେ ବ୍ୟସ୍ତ ଥିଲେ ଶାଶୂ-ବୋହୂ। ପୁଲିସକୁ ଦେଖି ପରିବାରର ଅନ୍ୟ ପୁରୁଷ ସଦସ୍ୟ କୌଣସି ମତେ ଛୁ’ ମାରିଥିଲେ। ବୟସ୍କା ଆଲାଦୀ ସିଂ ଓ ତାଙ୍କ ବୋହୂ ସରସ୍ୱତୀ ସିଂହ(୨୮)ଙ୍କୁ ପୁଲିସ ପଚରା ଉଚୁରା କରିଥିଲା। ବାହାରକୁ ଶିକ୍ଷିତ ଜଣା ପଡ଼ୁଥିବା ଏହି ପରିବାର କିନ୍ତୁ ଚୋରା ଦେଶୀ ମଦ ରନ୍ଧାକୁ ଏକପ୍ରକାର କୌଳିକ ବୃତ୍ତି କରି ଦେଇଥିବା ପୁଲିସ ଜାଣିବାକୁ ପାଇଥିଲା। ଚଢ଼ଉ ବେଳେ ପୁଲିସ ହଜାରେ ଲିଟର ଦେଶୀ ମଦ ବି ଜବତ କରିଛି। ସେମାନଙ୍କ ଠାରୁ ନଗଦ ୧ଲକ୍ଷ ୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଏଥିସହ ଚୋରା ମଦ କାରବାରରେ ବ୍ୟବହାର ହେଉଥିବା କାର ଓ ବାଇକକୁ ମଧ୍ୟ ପୁଲିସ ସେଠାରୁ ଜବତ କରିଛି। ତେବେ ବୋହୂ ସରସ୍ୱତୀ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା କରିଥିବା କହିଛନ୍ତି ଥାନାଧିକାରୀ ଶ୍ରୀ ଜେନା। ତେବେ ବହୁ ପୂର୍ବରୁ ଅବକାରୀ ବିଭାଗ ମଧ୍ୟ ବୟସ୍କା ଆଲାଦୀଙ୍କୁ ଗିରଫ କରିଥିଲା। ଜେଲରୁ ଫେରିବା ପରେ ଆଲାଦୀ ମଦ ରନ୍ଧା ଛାଡ଼ିବା ବଦଳରେ ତାଙ୍କୁ ବୋହୂଙ୍କୁ ଏଥିରେ ନିୟୋଜିତ କରିଥିଲେ। ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଏଥିରେ ଲିପ୍ତ ଥିବା ପୁଲିସ ଜାଣିବାକୁ ପାଇଛି। ସେମାନଙ୍କୁ ଗିରଫ ଲାଗି ଉଦ୍ୟମ ଆରମ୍ଭ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories