www.samajalive.in
Sunday, December 7, 2025
14.1 C
Bhubaneswar

ଲୁଚାଉଛନ୍ତି ପଙ୍କଜ

ୱେବ୍‌ ସିରିଜ୍‌ର ଚମତ୍କାର ଅଭିନୟ ପାଇଁ ଆଗଧାଡ଼ିର କଳାକାର ଭାବେ ପଙ୍କଜ ତ୍ରିପାଠୀଙ୍କ ନାମ ଆଜିକାଲି ଜଣାଯାଉଛି। ନିଜର ଏଇ ସଫଳତା ସମ୍ପର୍କରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ମେଞ୍ଚାଏ ହସ ତାଙ୍କ ମୁହଁରୁ ବାହାରିପଡ଼ୁଛି। ୨୦୦୬ରେ ଓମ୍‌କାରା ପରି ବଡ଼ ବ୍ୟାନର୍‌ର ଚଳଚ୍ଚିତ୍ରରେ ଛୋଟ ଭୂମିକାଟେ ସେ କରିଥିଲେ, ଅଜୟ ଦେବଗନ୍, ସୈଫ୍ ଅଲୀ ଖାନ୍, କରୀନା କପୁର, କୋଙ୍କଣା ସେନ୍ ଏଥିରେ କାମ କରିଥିଲେ। ସେସମୟରେ ପଙ୍କଜ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ, ଆଗକୁ ଯାଇ ଏଇ କଳାକାରମାନଙ୍କ ସହ ତାଳ ଦେଇ ମୁଖ୍ୟ ଭୂମିକାରେ ସେ କାମ କରିବେ। ନିକଟରେ ଏକ ସାକ୍ଷାତକାର୍‌ରେ ଉପସ୍ଥାପକ ତାଙ୍କୁ ପଚାରିଲେ, ପଙ୍କଜ ସାର୍, ଆପଣଙ୍କ ସାଇନିଂ ଆମାଉଣ୍ଟ କେତେ? ଚେନାଏ ହସି ସେ କହିଲେ, ଭାଇ..ମୁଁ ଯେତେବେଳେ କାମ ଆରମ୍ଭ କଲି, ସେତେବେଳେ ମୋ ପାରିଶ୍ରମିକ ଥିଲା ୨ହଜାର ଟଙ୍କା। ଆଜି ଯେତିକି ଟଙ୍କା ପାଉଛି, ତାହା ମୋ ପାଇଁ ସତରେ ଖୁବ୍ ବେଶୀ। ହେଲେ ମୁଁ ମୋ ପାଉଣା କହିପାରିବିନି, କଥାରେ ଅଛି ପରା ପୁରୁଷଙ୍କୁ ଦରମା ଓ ନାରୀଙ୍କୁ ବୟସ ପଚରାଯାଏନି। ଏଇଭଳି କୌତୁକିଆ କଥା କହି ପଙ୍କଜ୍ ପରିବେଶକୁ ଅଧିକ ମଜାଳିଆ କରିଦେଇଥିଲେ। ତାଙ୍କ କାମର ଏବେ ସବୁଠୁ ବଡ଼ ପ୍ରଶଂସକ ହେଲେ ସିନେଜଗତର ଶ୍ରୀମାନ୍ ପରଫେକ୍ସନିଷ୍ଟ ଅମୀର ଖାନ୍, ତାଙ୍କ ଅଭିନୀତ କ୍ରିମିନାଲ୍ ଜଷ୍ଟିସ୍‌-୨ ଦେଖିବା ପରେ ଅମୀର୍ ବ୍ୟକ୍ତିଗତ ଭାବେ ପଙ୍କଜଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି। ଦୁହେଁ କୌଣସି ଏକ ପ୍ରୋଜେକ୍ଟରେ ସାଥୀ ହୋଇ କାମ କରୁଥିବାର ଶୁଣାଯାଉଛି, କିନ୍ତୁ ଖବରଟି ଏଯାଏଁ ସ୍ପଷ୍ଟ ହୋଇନାହିଁ। n

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories