www.samajalive.in
Sunday, December 7, 2025
26.1 C
Bhubaneswar

ଦୁଇ ସ୍କୁଲ ଛାତ୍ର ନିଖୋଜ : ବିଭିନ୍ନ ସ୍ଥାନରେ ପୁଲିସର ଯାଞ୍ଚ

ପିପିଲି : ପିପିଲି ଥାନା ହାଟସାହି ପଞ୍ଚାୟତ ଅନ୍ତର୍ଗତ କମଳସାଗରପାଟଣା ଗ୍ରାମର ଦୁଇଜଣ ସ୍କୁଲ ଛାତ୍ର ନିଖୋଜ ଥିବା ନେଇ ପିପିଲି ପୁଲିସରେ ଲିଖିତ ଅଭିଯୋଗ ହୋଇଛି। ଦୁଇଛାତ୍ରଙ୍କ ସନ୍ଧାନ ପାଇଁ ପିପିଲି ପୁଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି।
ସୂଚନା ଅନୁଯାୟୀ, କମଳସାଗର ପାଟଣା ଗ୍ରାମର ନିରଞ୍ଜନ ଦାସ (୧୫) ଓ ସୂର୍ଯ୍ୟକାନ୍ତ ବେହେରା (୧୪) ଆଜି ସକାଳେ ସ୍କୁଲ ଯିବା ନାମରେ ଗୋଟିଏ ସାଇକେଲରେ ଘରୁ ବାହାରିଥିଲେ। ତେବେ ସଂନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଘରକୁ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ସେମାନଙ୍କ ସନ୍ଧାନ ନପାଇବାରୁ ଏସଂପର୍କରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ।

ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ ପ୍ରମୁଖ କମଳାସାଗର ପାଟଣା ଗ୍ରାମକୁ ଯାଇ ଘଟଣାର ତଦନ୍ତ ଚଳାଇଥିଲେ। ଉଭୟ ଛାତ୍ର ଆଜି ସ୍କୁଲକୁ ଯାଇନଥିବା ବେଳେ ସେମାନଙ୍କ ସନ୍ଧାନ ପାଇଁ ପୁଲିସର ଦୁଇଟି ଟିମ୍‍ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି। ଆଇଆଇସି ଶ୍ରୀପୃଷ୍ଟି ଡେଲାଙ୍ଗ ଷ୍ଟେସନ, ମୋଟରୀ ଷ୍ଟେସନ ଓ ଜଟଣୀ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ଦୁଇଛାତ୍ରଙ୍କ ସଂପର୍କରେ ପୁଲିସକୁ କୌଣସି ସୁରାକ ମିଳିନଥିବା ସୂଚନା ମିଳିଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories