www.samajalive.in
Sunday, December 7, 2025
16.1 C
Bhubaneswar

ହୋମ୍‍ଗାର୍ଡ଼ ଏବେ ଭିକ୍ଷୁକ, ଅନ୍ଧାରରେ ୫ ଶିଶୁଙ୍କ ଭବିଷ୍ୟତ

ଜୀବନରେ ହେଉ କି ସମାଜରେ, ବେଳେ ବେଳେ ଏମିତି କିଛି ଘଟଣା ଘଟିଯାଏ ଯାହା ଖୁସିରେ ଜୀବନ କାଟୁଥିବା ମଣିଷକୁ ଭିକ୍ଷୁକ ସଜେଇ ଦିଏ ଓ ନର୍କକୁ ଠେଲି ହୋଇଯାଏ ପରିବାର। ସେମିତି ଜଣେ ଚରିତ୍ର ହେଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକୁନପୁର ଗ୍ରାମପଞ୍ଚାୟତର ୩୮ ବର୍ଷୀୟ ବିନୋଦ ବିହାରୀ ପତି। ଦିଗପହଣ୍ଡି ଥାନାରେ ହୋମ୍‍ଗାର୍ଡ଼ ଭାବେ କାର୍ଯ୍ୟ କରୁଥିବା ସେଦିନର ବିନୋଦ ବିହାରୀ ଦାଣ୍ଡର ଭିକାରି। ନିକଟରେ ବିନୋଦଙ୍କ ପରିବାରକୁ ଅସହାୟ ଅବସ୍ଥାରେ ଷ୍ଟାଡିୟମ୍‍ ନିକଟରେ ଠାବ କରାଯାଇଥିଲା।

- Advertisement -

ସୂଚନା ନେବାରୁ ଜଣାପଡ଼ିଲା ଯେ ବିନୋଦ ଜଣେ ହୋମ୍‍ଗାର୍ଡ଼ ଥିଲେ ଏବଂ ପାରିବାରିକ ସମସ୍ୟା ଓ ମିଛ କେସ୍‍ ପାଇଁ ତାଙ୍କୁ ଆଜି ଏଭଳି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ୁଛି। ଆଜି ନିଜର ୩ ଝିଅ ଓ ୨ ପୁଅଙ୍କୁ ଦୁଇ ମୁଠା ଦାନା ଦେବାକୁ ବିନୋଦଙ୍କୁ ଭିକ୍ଷାବୃତ୍ତି କରିବାକୁ ପଡୁଛି। ସାହି ପଡ଼ିଶାଙ୍କ ବିରୋଧ ଓ ଚାକିରିରେ ସହକର୍ମୀଙ୍କ ଅସହଯୋଗ ଯୋଗୁଁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିବା ବିନୋଦ ଆଜକୁ ୯ ବର୍ଷ ହେବ କଟକ ଏବଂ କୋରାପୁଟ୍‍ ଆଦି ଅଞ୍ଚଳରେ ଅସ୍ଥାୟୀ ଭାବେ ରାସ୍ତାକଡ଼ରେ ରହିଆସିବା ସହ ଚଣ୍ଡିମନ୍ଦିରରେ ଗତ ୬ ବର୍ଷ ହେବ ସପରିବାରେ ଭିକ୍ଷାବୃତ୍ତି କରି ଆସୁଛନ୍ତି। ସେ ତାଙ୍କର କୌଳିକ ବୃତ୍ତି ପୁରୋହିତ ବୋଲି କହିବା ସହ ଅନେକ ସଂସ୍କୃତ ଶ୍ଲୋକ ଆବୃତ୍ତି କରି ପାରୁଛନ୍ତି।

ସେ ଏବେ କଟକ ବାଲିଯାତ୍ରା ପଡ଼ିଆ ସନ୍ନିକଟ ମହାନଦୀ କୂଳରେ ଖୋଲା ଆକାଶ ତଳେ ଶୀତ ରାତିରେ ନିଜ ପରିବାରକୁ ଧରି ରହୁଛନ୍ତି। ନିଜର ବଡ଼ ଝିଅ ନମ୍ରତା (ଛଦ୍ମନାମ)ଙ୍କୁ ଏବେ ୧୨/୧୪ ବର୍ଷ ହୋଇଥିବାରୁ ସେ ଅନେକ ସମୟରେ କିଛି ବି ଅଘଟଣ ଘଟିପାରେ ବୋଲି କ୍ଷୋଭଭରା କଣ୍ଠରେ କହିଛନ୍ତି। ସେ କଟକସ୍ଥିତ ଡିଜିପି ଅଫିସ୍‍ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଭେଟି ନିଜର ଗୁହାରି ଶୁଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ। ଅପରପକ୍ଷରେ ତାଙ୍କର ଏଭଳି ଅବସ୍ଥା ଯୋଗୁଁ ଛୋଟ କୋମଳମତୀ ପାଞ୍ଚ ପୁଅଝିଅଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି ବୋଲି ବିନୋଦଙ୍କ ସହ ଭିକ୍ଷାବୃତ୍ତି କରୁଥିବା ତାଙ୍କ ପତ୍ନୀ ମଧ୍ୟ କହିଛନ୍ତି। ହାଡ଼ଭଙ୍ଗା ଶୀତ ସମୟରେ ନିଜର କଅଁଳିଆ ଶିଶୁ ପୁତ୍ର (୫ ମାସ)କୁ ଧରି ସେମାନଙ୍କୁ ରାତ୍ରିଯାପନ କରିବାକୁ ପଡ଼ୁଛି। ଅନେକ ସମୟରେ ସ୍ଥାନୀୟ କିଛି ଅସାମାଜିକ ବ୍ୟକ୍ତି ସେମାନଙ୍କୁ ହଇରାଣ ହରକତ କରୁଥିବା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି।

ବିନୋଦଙ୍କ କହିବା ଅନୁସାରେ ତାଙ୍କର ସମସ୍ତ ଆସବାବପତ୍ର ଓ ଚାକିରି ତଥା ପିଲାଙ୍କ ପଢ଼ା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ତାଙ୍କ ସଡ଼ୁ ଓ ସ୍ଥାନୀୟ କାଉନ୍‍ସିଲର୍‍ ଜବରଦସ୍ତ ନେଇ ଯାଇଥିବାରୁ ସେ ଏବେ କୌଣସି ସରକାରୀ ସହାୟତା ପାଇପାରୁ ନାହାନ୍ତି।ଅର୍ଥାଭାବ ତଥା ବେସାହାରା ଜୀବନ ଯୋଗୁଁ ବଡ଼ ଝିଅ ମାତ୍ର ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ଅନ୍ୟ ପିଲାମାନେ ମଧ୍ୟ ସ୍କୁଲ୍‍ କଣ ଜାଣିନାହାନ୍ତି। ତେଣୁ ଏହି ପାଞ୍ଚ ଶିଶୁ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଏବେ କଟକ ଚଣ୍ଡୀମନ୍ଦିର ସାମ୍‍ନାରେ ଭିକ୍ଷାବୃତ୍ତିରୁ ମିଳୁଥିବା ଦାନରୁ ଓଳିଏ ଖାଇ ଓଳିଏ ଉପାସରେ ବିତି ଯାଉଥିବା ବିନୋଦଙ୍କ ପତ୍ନୀ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories