www.samajalive.in
Wednesday, December 10, 2025
15.1 C
Bhubaneswar

ବିପର୍ଯ୍ୟସ୍ତ ଜଳ ଯୋଗାଣ ସହିତ ଜଣ୍ଡିସକୁ ନିମନ୍ତ୍ରଣ

ସମ୍ବଲପୁର : ହୀରାକୁଦ ନଦୀବନ୍ଧ ଯୋଜନାର ପାଦଦେଶରେ ଅବସ୍ଥିତ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା ସୁଧରୁ ନ ଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତାର ସୁସ୍ଥ ନୀତି ଛାଡିବାର ନାମ ଧରୁ ନାହିଁ। ଜନସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ଯୋଗୁଁ ୨୦୧୪ର କରାଳ ଜଣ୍ଡିସ ସମୟରେ ଅକାରଣରେ ୩୦ରୁ ଉର୍ଦ୍ଧ ଅମୂଲ୍ୟ ଜୀବନ ନଷ୍ଟ ହୋଇଥିବା ବେଳେ ସହସ୍ରାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଅଯଥାରେ ଖର୍ଚ୍ଚାନ୍ତ ହୋଇଛନ୍ତି। ଏବେ ମଧ୍ୟ ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ପାଣି ପାଇପ ନାଳ ମଝିରେ ଯାଇଥିବା ବେଳେ ବହୁ ଅଞ୍ଚଳରେ ପାଣି ପାଇପ ଫାଟି ଯାଇଥିବାରୁ ନାଳ ଜଳ ସିଧାସଳକ ପାନୀୟ ଜଳ ପାଇପ୍ ମଧ୍ୟରେ ପ୍ରବେଶ କରୁଛି। ଗୋବିନ୍ଦତୋଲା ଠାରେ ରହିଥିବା ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ନାଳ ମଧ୍ୟରେ ପାଣି ପାଇପ ଯାଇଥିବା ସହିତ ଏହି ପାଣି ପାଇପର ଚାବି କୁଣ୍ଡ ରହିଛି। ଏହା ପ୍ରାୟ ୨ ବର୍ଷ ହେବ ଖୋଲା ପଡ଼ି ରହିଥିବାରୁ କୁଣ୍ଡରେ ଆବର୍ଜନା ଜଳ ଜମା ହୋଇ ଦୁର୍ଗନ୍ଧଯୁକ୍ତ ପରିବେଶ ସୃଷ୍ଟି କରୁଛି। ଏହି କୁଣ୍ଡରେ ପାଣି ଜମି ରହୁଥିବାରୁ ଗାଈ ଗୋରୁ, କୁକୁର ସହିତ ବିଭିନ୍ନ ପକ୍ଷୀ ଆଦି ମାନେ ଏଠାରୁ ପାଣି ପିଇବା ସହିତ ସେମାନଙ୍କର ମଳତ୍ୟାଗ ମଧ୍ୟ କରୁଛନ୍ତି। ଏହା ସହିତ କିଛି ଅସଚେତନ ବ୍ୟକ୍ତି ମଧ୍ୟ ରାତ୍ରିରେ ସେହି ଠାରେ ଶୌଚ କରୁଥିବାର ମଧ୍ୟ ପରିଲକ୍ଷିତ ହେଉଛି। ପାଣି ଚାବି କୁଣ୍ଡରେ ଆବର୍ଜନା ପାଣି ଜମା ରହିଥିବାରୁ ଅପରିଷ୍କାର ଜଳ ପାନୀୟ ଜଳ ସହିତ ମିଶି ଗୋବିନ୍ଦତୋଲା ଓ ଧନୁପାଲି ଅଞ୍ଚଳକୁ ଯୋଗାଣ କରାଯାଉଛି। ଫଳରେ ଦୂଷିତ ଜଳ ବ୍ୟବହାର କରି ଅନେକ ଅଞ୍ଚଳବାସୀ ପେଟ ଓ ଜଳବାହିତ ରୋଗର ଶିକାର ନିୟମିତ ହେଉଥିବା ବେଳେ ପୁଣି ଥରେ ଜଣ୍ଡିସ ହେବାର ଆଶଙ୍କାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି।

ଏ ସର୍ମ୍ପକରେ ଅନେକବାର ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏଣୁ ତୁରନ୍ତ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ମହାନଗର ନିଗମ କତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। ସୂଚନାଯୋଗ୍ୟ ଯେ, ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୪ ପରଠାରୁ ରାଜ୍ୟ ସରକାର ଙ୍କ ଅନୁଦାନ ଓ ଅମୃତ ଯୋଜନା ଅନୁଯାୟୀ ସମୁଦାୟ ୨୭୨ କୋଟି ଟଙ୍କାର ବଜେଟ ବରାଦ କରାଯାଇ କାର୍ଯ୍ୟ କରାଯାଇ ବହୁ ସ୍ଥାନରେ ଭୂତଳ ପାଣି ପାଇପ ଗୁଡିକୁ ବଦଳାଯାଇଛି। ଏହା ସହିତ ବାଲିବନ୍ଧା ସ୍ଥିତ ଇନଟେକ ୱେଲକୁ ବନ୍ଦ କରି ଦିଆଯାଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ଅଣାଯାଇ ଯୋଗାଇ ଦିଆଯାଉଥିବାର ଦାବି ଗତ ବର୍ଷ ଠାରେ ବିଭାଗ କରୁଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ ତାର ସୁଫଳ ସହରବାସୀ ପାଇ ପାରି ନାହାନ୍ତି। ନୂତନ ପାଇପ ବିଛାଇବା ନାମରେ ବ୍ୟାପକ ଦୁର୍ନିତୀ ହୋଇଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ଏହାର କୌଣସି ଉଚ୍ଚସ୍ତରୀୟ ତଦନ୍ତ ହୋଇ ନାହିଁ। ଜନସ୍ୱାସ୍ଥ୍ୟ ବିଭାଗର ସୁସ୍ଥ କାର୍ଯ୍ୟଶୈଳି ଯୋଗୁଁ ନିଗମବାସୀ ବିଭିନ୍ନ ଅଞ୍ଚଳରେ ନାହିଁ ନ ଥିବାର ଅସୁବିଧା ଭୋଗ କରୁଥିବାର ନଜୀର ରହିଛି। ଏଣୁ ଜନସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱବାନ ହୋଇ ଜନତାଙ୍କୁ ବିଶୁଦ୍ଧ ଜଳ ଯୋଗାଣ କରୁ ବୋଲି ସବୁ ମହଲରୁ ଦାବି ହେଉଛି।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories