www.samajalive.in
Sunday, December 7, 2025
13.1 C
Bhubaneswar

୫୦ବର୍ଷୀୟ ବିଧବାଙ୍କୁ ଗଣବଳାତ୍କାର

ଛତ୍ରା : ଉତ୍ତରପ୍ରଦେଶର ବାଦାଉଁ ଗଣବଳାତ୍କାରେ ଓ ହତ୍ୟା ଘଟଣା ସମ୍ପର୍କରେ ଚର୍ଚ୍ଚା ଥମି ନ ଥିବାବେଳେ ଝାଡ଼ଖଣ୍ଡରେ ଜଣେ ୫୦ବର୍ଷ ବୟସ୍କା ବିଧବାଙ୍କୁ ଗଣବଳାତ୍କାର କରାଯାଇଛି। ଦିଲ୍ଲୀର ନିର୍ଭୟା କାଣ୍ଡ ଭଳି ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ରାତିରେ ଘରୁ ବାହାରକୁ ଶୌଚ ହେବାକୁ ଯାଇଥିବା ସମ୍ପୃକ୍ତ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ଟେକି ନେଇ ବଳାତ୍କାର କରିବା ସହ ତାଙ୍କ ଗୁପ୍ତାଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେଇଥିଲେ। ଅଭିଯୁକ୍ତମାନେ ବଳାତ୍କାର ସମ୍ପର୍କରେ କାହାକୁ ଜଣାଇଲେ ପରିସ୍ଥିତି ଭୟାବହ ହେବ ବୋଲି ତାଙ୍କୁ ଧମକ ଦେଇ ପଳାଇ ଯାଇଥିଲେ। ମହିଳା ଜଣଙ୍କ ଘରକୁ ଫେରିବାରେ ବିଳମ୍ବ ଘଟିବାରୁ ପରିବାର ଲୋକେ ତାଙ୍କୁ ଆଖପାଖ ଅଞ୍ଚଳରେ ଖୋଜିଥିଲେ। ପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହଣ୍ଟରଗଞ୍ଜ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟଜନକ ଥିବାରୁ ତାଙ୍କୁ ଗୟାର ଅନୁଗ୍ରହ ନାରାୟଣ ମଗଧ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଗୁରୁତର ଅସୁସ୍ଥ ସମ୍ପୃକ୍ତ ମହିଳା ଏବେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି। ପୁଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଫେରାର ଥିବା ପ୍ରକାଶ। ନିକଟ ଅତୀତରେ ଜଣେ ୩୫ବର୍ଷୀୟାଙ୍କୁ ୧୭ଜଣ ମଦ୍ୟପ ବଳାତ୍କାର କରିବା ଘଟଣା କେବଳ ଝାଡ଼ଖଣ୍ଡ ନୁହେଁ; ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories