www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶପ୍ରେମ ଆମକୁ ପରସ୍ପର ସହ ଏକତା ସୂତ୍ରରେ ବାନ୍ଧି ରଖିଛି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଗୌରବ ଓ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ପାଇଁ ବୈଷୟିକ ଜ୍ଞାନର ପର୍ଯ୍ୟାପ୍ତ ବ୍ୟବହାର ଲାଗି ଯୁବ ସମାଜକୁ ଆହ୍ୱାନ ଦେଇଛନ୍ତି। ଷୋଡ଼ଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଆଜି ଇଣ୍ଟରନେଟ ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକମାନଙ୍କୁ ପରସ୍ପର ସହ ଯୋଗାଯୋଗ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ ଦେଶପ୍ରେମ ଆମକୁ ପରସ୍ପର ସହ ଏକତା ସୂତ୍ରରେ ବାନ୍ଧି ରଖିଛି।

- Advertisement -

ସେ କହିଛନ୍ତି, ଗତ କିଛି ବର୍ଷ ଭିତରେ ପ୍ରବାସୀ ଭାରତୀୟମାନେ ସମାଜର ମଙ୍ଗଳ ଦିଗରେ କାର୍ଯ୍ୟ କରି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରବାସୀ ଭାରତୀୟମାନେ ଆଗେଇ ଆସି ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର କାହାଣୀମାନ ଶୁଣି ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍‍ର ମୁକାବିଲାରେ ପ୍ରବାସୀ ଭାରତୀମାନଙ୍କର ଏକ ବଡ଼ ଅବଦାନ ରହିଛି। ସେ କହିଛନ୍ତି, ପି.ଏମ୍‍.- କେୟାର୍ସ ପାଣ୍ଠିକୁ ସେମାନଙ୍କର ଅବଦାନ ଦେଶର ସ୍ୱାସ୍ଥ୍ୟସେବାକୁ ଅଧିକ ମଜବୁତ୍‍ କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଭାରତ ଆଜି ବୈଷୟିକ ଜ୍ଞାନର ବହୁଳ ବ୍ୟବହାର କରୁଛି। ଲକ୍ଷ ଲକ୍ଷ କୋଟି ଟଙ୍କା ସିଧା ଯାଇ ହିତାଧିକାରୀମାନଙ୍କ ବ୍ୟାଙ୍କ ଜମାଖାତାରେ ପହଞ୍ଚୁଛି। ସେ କହିଛନ୍ତି, ଭାରତର ମହାକାଶ କାର୍ଯ୍ୟକ୍ରମ ଓ ଟିକସ ଷ୍ଟାର୍ଟ-ଅପ୍‍ ବ୍ୟବସ୍ଥା ସମଗ୍ର ବିଶ୍ୱରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଶ୍ରୀ ମୋଦୀ କହିଛନ୍ତି, ଏପରିକି କୋଭିଡ୍‍ ସଂକ୍ରମଣ ସମୟରେ ଭାରତରେ ଅନେକ ନୂଆ ଷ୍ଟାର୍ଟ-ଅପ୍‍ କମ୍ପାନୀ ପ୍ରତିଷ୍ଠା ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଯେତେବେଳେ ଦେଶ ଆତ୍ମନିର୍ଭର ଭାରତ ଦିଗରେ କାର୍ଯ୍ୟ କରୁଛି, ପ୍ରବାସୀ ଭାରତୀୟମାନଙ୍କୁ ବ୍ରାଣ୍ଡ୍‍ ଇଣ୍ଡିଆକୁ ଶକ୍ତିଶାଳୀ କରିବା ପାଇଁ ପ୍ରମୁଖ ଭୂମିକା ନେବାକୁ ହେବ। ସେ କହିଛନ୍ତି, ପ୍ରବାସୀ ଭାରତୀୟମାନେ ମେଡ୍‍ ଇନ୍‍ ଇଣ୍ଡିଆ ସାମଗ୍ରୀଗୁଡ଼ିକର ବ୍ୟବହାର କରିଲେ ସମଗ୍ର ବିଶ୍ୱରେ ଭାରତୀୟ ସାମଗ୍ରୀଗୁଡ଼ିକ ପ୍ରତି ଲୋକମାନଙ୍କର ବିଶ୍ୱାସ ବୃଦ୍ଧି ପାଇବ।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆଜି ପ୍ରବାସୀ ଭାରତୀୟ ଦିବସ ଅବସରରେ ତାଙ୍କର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ସେ କହିଛନ୍ତି, ପ୍ରବାସୀ ଭାରତୀୟମାନେ ସେମାନଙ୍କର କଠିନ ପରିଶ୍ରମ ମାଧ୍ୟମରେ ଭାରତର ଗୌରବକୁ ସମଗ୍ର ବିଶ୍ୱରେ ପହଞ୍ଚାଇ ପାରିଛନ୍ତି। ସେ କହିଛନ୍ତି, ସେମାନଙ୍କର ନୂଆ ନୂଆ ଚିନ୍ତାଧାରା, ଉତ୍ତମ କାର୍ଯ୍ୟ ଏବଂ ପୁଞ୍ଜିନିବେଶ ଭାରତର ବହୁମୁଖୀ ବିକାଶରେ ସହାୟତା କରୁଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories