www.samajalive.in
Wednesday, December 10, 2025
17.1 C
Bhubaneswar

ଟିକା ସୁରକ୍ଷା ଓ ସଂରକ୍ଷଣ ନେଇ ସ୍ୱାସ୍ଥ୍ୟ ବିଭାଗର ଏସଓପି : ଅପବ୍ୟବହାରକୁ ବରଦାସ୍ତ କରାଯିବନି

ଭୁବନେଶ୍ୱର : କରୋନା ମହାମାରୀକୁ ମୂଳପୋଛ କରିବା ଲାଗି ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଓଡ଼ିଶା ଆସିବ। ଏହି ସମୟରେ ଟିକା ବାଟମାରଣା ହେବା ସହିତ ପ୍ୟାକେଟରେ ଖାଲି ଭଏଲ ଆସିପାରେ। ଏମିତିକି ବାଟରେ ଭେଜାଲ ହେବାର ଆଶଙ୍କାକୁ ଏଡାଯାଇ ନପାରେ। ଏସବୁକୁ ଦୃଷ୍ଟିରେ ରଖି ପ୍ରତିଷେଧମୂଳକ ପଦକ୍ଷେପ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର ନିଗମ କମିଶନର ଏବଂ ଏସପିଙ୍କୁ ତାଗିଦା କରିଛନ୍ତି।
ଏ ସଂକ୍ରାନ୍ତରେ ଶ୍ରୀ ମହାପାତ୍ର ଏକ ପତ୍ର ଲେଖି ସବୁ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଯେ କରୋନା ଟିକାକୁ ନେଇ ଏବେ ବିଭିନ୍ନ ସ୍ତରରେ ଲୋକେ ଚାହିଁ ରହିଛନ୍ତି। ଟିକା କିଭଳି ଠିକଣା ଭାବେ ସମସ୍ତଙ୍କୁ ମିଳିବ ତାହାହିଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ନିର୍ଦିଷ୍ଟ ଏସଓପି ମଧ୍ୟ ଜାରି କରାଯାଇଛି। ଏହାସତ୍ତ୍ବେ ବେଆଇନ ଷ୍ଟୋରେଜ୍‍, ବଣ୍ଟନ ଏବଂ କିଣାବିକାର ସମ୍ଭାବନା ରହିଛି। ସେହିପରି ଟିକାକରଣ ବେଳେ ଜନସାଧାରଣଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପ୍ରାଥମିକତା ଦେବାକୁ ପଡ଼ିବ। କୌଣସି ପରିପ୍ରେକ୍ଷୀରେ ଲୋକେ ସମସ୍ୟାର ସମ୍ମୁଖୀନ ହେଲେ ତାହାକୁ ତୁରନ୍ତ ସମାଧାନ କରିବାକୁ ପଡ଼ିବ। ଏଥିପାଇଁ ସମସ୍ତେ ସଜାଗ ରହିବାକୁ ପଡ଼ିବ। ସବୁଠାରୁ ବଡ଼କଥା ହେଲା ଟିକା ପରିବହନ ବେଳେ ଅପମିଶ୍ରଣ ହେବାର ଆଶଙ୍କା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଯେହେତୁ ସ୍ୱାସ୍ଥ୍ୟକର୍ମୀ, କୋଭିଡ଼ ଯୋଦ୍ଧା ଏବଂ ବରିଷ୍ଠ ନାଗରିକଙ୍କୁ ଦିଆଯିବାକୁ ରହିଛି ତେଣୁ କିଛି କ୍ଷେତ୍ରରେ ଈର୍ଷା ପରାୟଣତା ଯୋଗୁଁ ଏହାର ଅପବ୍ୟବହାର ହୋଇପାରେ। ଏସବୁକୁ ଆଖି ଆଗରେ ରଖି ପ୍ରତ୍ୟେକ ଷ୍ଟେପରେ ଆମକୁ ସତର୍କ ରହିବାକୁ ପଡ଼ିବ। ଯଦି କୌଣସିଠାରେ ଟିକା ପରିବହନ କିମ୍ବା ବଣ୍ଟନବେଳେ କିଛି ବି ଅସାଧୁ ଉପାୟ ଅବଲମ୍ବନର ଅଭିଯୋଗ ଆସେ ଏହାକୁ ଗୁରୁତର ଅପରାଧ ଭାବେ ଧରାଯିବ। ସେକ୍ଷେତ୍ରରେ କାହାରିକୁ କ୍ଷମା ଦିଆଯିବ ନାହିଁ, ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା ଦଣ୍ଡବିଧାନ କରାଯିବ ବୋଲି ଶ୍ରୀ ମହାପାତ୍ର ଚେତାଇ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories