www.samajalive.in
Tuesday, December 9, 2025
19.1 C
Bhubaneswar

ଅନୁସୂଚିତ ଜାତିର ବିଦ୍ୟାର୍ଥୀଙ୍କ ବୃତ୍ତି ପାଇଁ ୬୯ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି ଏନ୍‍ଡିଏ ସରକାର : ଅଠାୱାଲେ

ଅହମ୍ମଦାବାଦ : କେନ୍ଦ୍ର  ସାମାଜିକ ନ୍ୟାୟ ଓ  ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି, ଏନ୍‍ଡିଏ ସରକାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଟ୍ରିକ୍‍ ପରବର୍ତ୍ତୀ ବୃତ୍ତି ବାବଦରେ ୬୯ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି।
ଏହି ଅର୍ଥ ଆଗାମୀ ୫ ବର୍ଷ ମଧ୍ୟରେ ଦିଆଯିବ। ଅହମ୍ମଦାବାଦଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ୧ କୋଟି ୩୦ ଲକ୍ଷ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ଏହି ଯୋଜନା ଅନୁସାରେ ଆଗାମୀ ୫ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇ ପାରିବେ।

ପ୍ରତିବର୍ଷ ୧୦୦ ଜଣ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ବିଦେଶରେ ଅଧ୍ୟୟନ ପାଇଁ ବୃତ୍ତି ପ୍ରଦାନ କରିବାକୁ ମୋଦୀ ସରକାର ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ସେହି ଛାତ୍ରଛାତ୍ରୀମାନଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍‍ ହେବା ଆବଶ୍ୟକ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories