www.samajalive.in
Monday, December 8, 2025
16.1 C
Bhubaneswar

ପ୍ରେରଣାର ଅନ୍ୟ ନାଁ ବେଙ୍ଗ ମାଉସୀ, ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ସାରନଗରୀ : ଦକ୍ଷିଣ ରାଉରକେଲାର ଫର୍ଟିଲାଇଜର ‘ଇ’ ବ୍ଲକ ରାସ୍ତା କଡ଼ର ଏକ ଜଳଖିଆ ଦୋକାନ ଉପରେ ଦୃଷ୍ଟି ପଡ଼ିଲେ ଜଣେ ବୟସ୍କା ମହିଳା ହାତରେ ଝାଜଂରା ଧରି ଗୁଲୁଗୁଲା,ବରା ଛାଣିବା ନଜରକୁ ଆସିଥାଏ। ଏହି ଜଳଖିଆ ଦୋକାନ ଖଣ୍ଡିକ ତାଙ୍କର ନିତିଦିନିଆ ଭାତ ହାଣ୍ଡି! ତାଙ୍କ ନାଁ ବେଙ୍ଗ ସାମଲ। ବୟସ ୭୨ ଛୁଇଁଲାଣି, ହେଲେ ଏବେ ମଧ୍ୟ ସେ କର୍ମଚଂଚଳ। ତାଙ୍କର ଦୃଢ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ କର୍ମ ତତ୍ପରତା ଆଗରେ ହାର ମାନିଛି ବୟସ। କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ପଶ୍ଚିମଣିଆ ଗ୍ରାମ ତାଙ୍କ ଜନ୍ମସ୍ଥଳ। ଅଭାବରୁ ପାଠ ପଢି ପାରିନଥିବା ବରିଷ୍ଠ ମହିଳା ବେଙ୍ଗ ଗତ ୧୯୮୨ ମସିହାରୁ ଦକ୍ଷିଣ ରାଉରକେଲା ସ୍ଥିତ ସାରନଗରୀ ଅଂଚଳରେ ବାସ କରି ଆସୁଛନ୍ତି। ପୂର୍ବରୁ ସ୍ୱାମୀ ସ୍ୱର୍ଗତଃ ନକୁଳ ସାମଲ ହାତ ଛାଡ଼ି ଆରପାରିକୁ ଚାଲିଯିବା ପରେ ଘର ଚଳାଇବା ପାଇଁ ଜଳଖିଆ ଦୋକାନ ଖଣ୍ଡେ କରି ତେଲଲୁଣର ସଂସାର ରଥକୁ ଆଗେଇ ନେଇଥିଲେ ବେଙ୍ଗ ସାମଲ।

ସ୍ଥାନୀୟ ସାରନଗରୀ ଅଂଚଳରେ ବେଙ୍ଗ ମାଉସୀ ଭାବେ ସେ ବେଶ ପରିଚିତ। ତାଙ୍କର ଏହି ଜଳଖିଆ ଦୋକାନ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିିଛି। ସାରନଗରୀର ଆଖପାଖ କଲୋନୀରୁ ପ୍ରତିଦିନ କିଛି ଲୋକ ଜଳଖିଆ ପାଇଁ ବେଙ୍ଗ ମାଉସୀଙ୍କ ଦୋକାନ ଦୁଆରେ ଛିଡ଼ା ହେବା ଦେଖିବାକୁ ମିଳେ। ତାଙ୍କର ଏକ ମାତ୍ର ପୁଅ ଅମର ସମୟ ସମୟରେ ମା’ଙ୍କୁ ଦୋକାନ କାର୍ୟ୍ୟରେ ସାହାଯ୍ୟ କରିବା ଦୃଷ୍ଟିଗୋଚର ହୋଇଥାଏ। ରାଜ୍ୟ ସରକାରଙ୍କ ପ୍ରଦତ ଖଣ୍ଡିଏ ରାସନ କାର୍ଡ଼ ଓ କିଂଚିତ ବାର୍ଦ୍ଧକ୍ୟ ଭତା ତାଙ୍କୁ କିଛିଟା ଆର୍ଥିକ ସାହରା ପ୍ରଦାନ କରିଛି। ପ୍ରତିଦିନ ରାତି ପାହିବା ଠାରୁ ସଂଜ ନଇଁବା ଯାଏ ରାସ୍ତା କଡ଼ରେ ଏକ ଜଳଖିଆ ଦୋକାନ ଚଳାଇ ବେଙ୍ଗ ମାଉସୀ ଆତ୍ମ ନିର୍ଭରଶୀଳ ହୋଇ ପାରିଛନ୍ତି, ଯାହାକି ଅନ୍ୟମାନଙ୍କୁ ଏକ ପ୍ରେରଣା ଯୋଗାଇଛି। ନିଜର ଏହି ଛୋଟ ଜଳଖିଆ ଦୋକାନରୁ ଯାହା ଦୁଇ ପଇସା ରୋଜଗାର ହୁଏ, ସେଥିରେ ଘରର ଯାବତୀୟ ଖର୍ଚ୍ଚ ମେଂଟିଥାଏ ବୋଲି ସେ ପ୍ରକାଶ କରିଥିଲେ। ଦୋକାନରେ ନାନା ପ୍ରକାର ଜଳଖିଆ ଯେପରି ବରା, ଗୁଲୁଗୁଲା, ପୁରି, ଇଡ଼ିଲି ବିକ୍ରି କରିବା ସହ ବେଙ୍ଗ ମାଉସୀ ସ୍ଥାନୀୟ ଅଂଚଳର ଲୋକଙ୍କୁ ବାଂଟିଥାନ୍ତି ଅନେ ସଚେତନତା ବାର୍ତା।

- Advertisement -

ଏହାସହ ସମୟ ମିଳିଲେ ବିଭିନ୍ନ ଆଧ୍ୟାତ୍ମିକ ପ୍ରସଙ୍ଗ ସମ୍ପର୍କରେ ଗ୍ରାହକଙ୍କ ସହ ଆଲୋଚନା ମଧ୍ୟ କରିଥାନ୍ତି। ପ୍ରତି ବଦଳରେ ଗ୍ରାହକଙ୍କ ଠାରୁ ଠାରୁ ସାଉଁଟିଥାନ୍ତି ଅସୀମିତ ପ୍ରଶଂସା। ଦିନତମାମ ଦୋକାନରେ କାମ କରିବା ପରେ ଟିକେ ହାଲିଆ ଅନୁଭବ ହୋଇଥାଏ ବୋଲି ବେଙ୍ଗ ମାଉସୀ ଭାବବିହ୍ୱଳ ଢଙ୍ଗରେ ବଖାଣିଥିଲେ। ପୂର୍ବରୁ ସକାଳ ଓଳି ଜଳଖିଆ ବିକ୍ରି କଲେ ଦିନକୁ ହାରାହାରି ୨୦୦ରୁ ୩୦୦ ଟଙ୍କା ରୋଜଗାର ହୋଇଯାଉଥିଲା, ମାତ୍ର ଗତବର୍ଷ କରୋନା ଯୋଗୁ ଲକଡାଉନ, ସଟଡାଉନରେ ଦୋକାନ ବନ୍ଦ ରହିବା କାରଣରୁ ବେପାର ମାନ୍ଦା ପଡ଼ିବା ସହ ସେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଦୁଃଖର ସହ ପ୍ରକାଶ କରିଥିଲେ।

ପ୍ରେରଣାମୟୀ ମହିଳା ବେଙ୍ଗ ସାମଲଙ୍କ ପୁଅବୋହୂଙ୍କ ବାରଣ ସତ୍ୱେ ଶରୀରରେ ବଳ ବୟସ ଥିବା ଯାଏ, କାର୍ୟ୍ୟ କରି ଚାଲୁଥିବି ବୋଲି କୁହନ୍ତି ଏହି ବୟସ୍କ ମହିଳା। କରୋନା ମହାମାରୀର ସଙ୍କଟ ବେଳାରେ ଅନେକ ବୟସ୍କ ବୃଦ୍ଧ, ବୃଦ୍ଧା ଓ ଅନ୍ୟ ବ୍ୟକ୍ତି ଘରେ ରହିବା ସହ, ସେମାନଙ୍କ ଯତ୍ନ ପରିବାର ନେଉଛନ୍ତି, ମାତ୍ର ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମ ବିଶ୍ୱାସ ବଳରେ ସେ ସାମାଜିକ ଦୂରତା ରକ୍ଷା କରିବା ସହ ନିଜର ଜଳଖିଆ ଦୋକାନ ଚଳାଇ ଆସିଛନ୍ତି। ନିୟମିତ ମାସ୍କ ପିନ୍ଧିବା, ହାତ ଧୋଇବା, ଗାଡ଼ି ଚାଳନା ବେଳେ ହେଲମେଟ ବ୍ୟବହାର, ବୃକ୍ଷ ରୋପଣ କରିବା, ରକ୍ତ ଦାନ କରି ଅନ୍ୟର ଜୀବନ ବଂଚାଇବା ଭଳି ଅନେକ ଜନହିତକର ସଚେତନତା ବାର୍ତା ତାଙ୍କ ଦୋକାନକୁ ଆସୁଥିବା ଗ୍ରାହକମାନଙ୍କୁ ପ୍ରଦାନ କରିବା ଅନେକ ସମୟରେ ପ୍ରାୟତଃ ଶୁଣିବାକୁ ମିଳିଥାଏ। ଅନ୍ୟପକ୍ଷେ କରୋନା ମହାମାରୀକୁ ନେଇ ସେ ମଧ୍ୟ ଚିନ୍ତିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ବୃଦ୍ଧା ବୟସରେ ତାଙ୍କର ଏପରି ଅକ୍ଲାନ୍ତ ପରିଶ୍ରମ ସ୍ଥାନୀୟ ଅଂଚଳର ଯୁବପିଢୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି କହିଲେ ବୋଧେ ଭୁଲ ହେବ ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories