www.samajalive.in
Tuesday, December 9, 2025
15.1 C
Bhubaneswar

ଘରୋଇ କଳିରୁ ହତ୍ୟା

ବଣେଇ :  ସୁନ୍ଦରଗଡ଼ ଜିଲ୍ଲା  କେ. ବଲାଙ୍ଗ ଥାନା ଅନ୍ତର୍ଗତ ମଞ୍ଚାବେଡା ଗ୍ରାମରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଘରୋଇ କଳିକୁ ନେଇ କୁଅଁର ସିଂହ ତାଙ୍କ ସ୍ତ୍ରୀ ବୁଦ୍ଧବତୀ ସିଂହଙ୍କୁ ଓଢଣୀ ସାହାଯ୍ୟରେ ଚିପି ଶ୍ବାସରୋଧ କରି ହତ୍ୟା କରିଛନ୍ତି। ଗତକାଲି ଦିନ ସମୟରେ ହତ୍ୟା କରିବା ପରେ ଘରେ କବାଟ ବନ୍ଦ କରି ଫେରାର ହୋଇ ଯାଇଥିଲା। ଆଜି ସକାଳୁ ପରିବାର ଲୋକ ସନ୍ଦେହ କରି କବାଟ ଖୋଲିବାରୁ ବୁଦ୍ଧବତୀଙ୍କର ମୃତ ଶରୀର ଦେଖି ତାଙ୍କ ବାପ ଘରକୁ ଖବର ଦେଇଥିଲେ।  ମୃତ ମହିଳାଙ୍କ ଭାଇ ଘାସିରାମ ସିଂହ ଥାନାକୁ ଆସି ରିପୋର୍ଟ ଦେବାପରେ ପୁଲିସ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରି ଲହୁଣୀପଡା ମେଡିକାଲକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଅଭିଯୁକ୍ତ ସ୍ୱାମୀଙ୍କୁ କେ. ବଲାଙ୍ଗ ପୋଲିସ ରକ୍ସି ଅଞ୍ଚଳଳରୁ ସନ୍ଧ୍ୟାରେ ଧରି ପଚରାଉଚୁରା କରିବା ସହିତ ତଦନ୍ତ ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories