www.samajalive.in
Sunday, December 7, 2025
14.1 C
Bhubaneswar

ମୋଦୀଙ୍କ ପାଇଁ ମୋତିରାମଙ୍କ ଅନଶନ….

ରେଙ୍ଗାଲି କ୍ୟାମ୍ପ : ସମାଜ ତଥା ଦେଶ ପାଇଁ ଦେଶର ଜଣେ ନାଗରିକ ହିସାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କ୍ଵଚିତ ।  ପ୍ରାୟ ସମସ୍ତେ ନିଜର ସ୍ବାର୍ଥ ପୂରଣ ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ନିଜ ପାଇଁ କିଏ କେତେ ପ୍ରକାରର ଆନ୍ଦୋଳନ କରୁଛି ତ କିଏ ଧର୍ମଘଟ କରୁଛି। ଅନ୍ୟ ପାଇଁ କେହି ଚିନ୍ତା କରନ୍ତି ନାହିଁ। ହେଲେ କିଛି ଲୋକ ଏମିତି ଅଛନ୍ତି ସେମାନେ ନିଜ ଅନୁଭୂତିରୁ ଅନ୍ୟମାନଙ୍କ ଅସୁବିଧା କୁ ହୃଦୟଙ୍ଗମ କରିଥାନ୍ତି। ଏମିତି ଜଣେ ମଣିଷ ଆଜି ସମସ୍ତଙ୍କ  ସୁବିଧା ପାଇଁ ନିଜେ ଅନଶନରେ ବସିଛନ୍ତି। ସେ ହେଲେ ସିଂହ ପାଲି ର ମୋତିଲାଲ୍ ମେହେର। ସେ  ଆଜିଠୁ ଅନଶନରେ ବସିଛନ୍ତି । ସେ ଜିଦ୍ ଧରିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପାଖକୁ ଆସିବେ ନାହିଁ କି ଟେଲିଫୋନ ରେ କଥା ହେବେ ନାହିଁ ସେ ପର୍ଯ୍ୟନ୍ତ ସେ ଅନ୍ନ ଜଳ ଗ୍ରହଣ କରିବେ ନାହିଁ। ଏହି ଅନଶନ ର କାରଣ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କ ଗାଁର ଅନେକ ଗୁଡ଼ିଏ ସମସ୍ୟା ରହିଛି । ଯାହା ଦ୍ୱାରା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ  ସେ ସବୁ ସମସ୍ୟାର ସମାଧାନ ନ ହେଲେ ସେ ଏମିତି ଅନଶନ ଜାରି ରଖିବେ। ସୂତ୍ରରୁ ଜଣାପଡିଛି ଯେ, ସେ ଜଣେ ତନ୍ତୀ। ଆଗରୁ ଲୁଗା ବୁଣୁଥିଲେ। ପରେ ସେ ବାହାର ଜିଲ୍ଲାର ଏକ ଗାଡ଼ି ଚଳାଇଥିଲେ। ଗାଡ଼ିରେ ସେ ବିଭିନ୍ନ ସ୍ଥାନକୁ ଯିବାବେଳେ ରାସ୍ତା ଖରାପ୍ ଯୋଗୁଁ ଅନେକ ଥର ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅନେକ ଥର ଠିକ ସମୟରେ ପହଞ୍ଚି ନ ପାରି କ୍ଷତିଗ୍ରସ୍ତ ମଧ୍ୟ ହୋଇଛନ୍ତି । ଏହି ଘଟଣା ଗୁଡ଼ିକ କ୍ରମେ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା ଜେ ସେ ନିଜେ ଯେପରି ଅସୁବିଧା ଭୋଗିଲେ ଅନ୍ୟ ମାନେ ବି ଆହୁରି ଅନେକ ଅସୁବିଧା  ଭୋଗୁଥିବେ। ପରିମଳ ବ୍ୟବସ୍ଥା ଠିକ୍ ନାହିଁ। ରାସ୍ତା ଠିକ ନାହିଁ। ସରକାରୀ ସହାୟତା ଆସୁଥିଲେ ବି ଅର୍ଥ ବାଟମାରଣା ହୋଇ କାମ ନିମ୍ନ ମାନର ହେଉଛି ଯାହା ଫଳରେ ଜନ ସାଧାରଣ ଦୁର୍ଦ୍ଦଶାରେ ପଡ଼ୁଛନ୍ତି। ଦୁନିଆ ଦୁର୍ନୀତିର ଗନ୍ତାଘର ପାଲଟିଛି। ତେଣୁ ଏସବୁକୁ ସେ ସହି ନପାରି ଅନ୍ୟ କୌଣସି ରାସ୍ତା ନ ପାଇ ଶେଷରେ ଏହି ଅନଶନ ପନ୍ଥା ଆପଣେଇ ନେଇଛନ୍ତି। ତେବେ ଦେଖାଯାଉ ମୋତିରାମ ପାଖକୁ କେବେ ମୋଦୀ ଆସୁଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories