www.samajalive.in
Sunday, December 7, 2025
23.1 C
Bhubaneswar

ଭାରତରେ ଉପୁଜିବ କି ବ୍ରିଟେନ ସ୍ଥିତି ?

ନୂଆଦିଲ୍ଲୀ: ଭାରତରେ ଚିନ୍ତା ବଢ଼ାଇଲାଣି କରୋନା ଭୂତାଣୁର ନୂଆ ଷ୍ଟ୍ରେନ। ବ୍ରିଟେନରେ ଏହି ଷ୍ଟ୍ରେନ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।  ବର୍ତ୍ତମାନ ସୁଦ୍ଧା ୭୧ ଜଣଙ୍କଠାରେ ଏହି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୩ ତାରିଖରୁ ଟିକାକରଣ ହେବ ବୋଲି କୁହାଯାଇଛି। କିନ୍ତୁ ଏହି ଟିକା ନୂଆ ଷ୍ଟ୍ରେନ ଉପରେ କେତେ ପ୍ରଭାବଶାଳୀ ହେବ ତାହା ବି ସ୍ପଷ୍ଟ ହୋଇନାହିଁ। ତେଣୁ ଜନସାଧାରଣ ଏବେଠୁ ସତର୍କ ନ ହେଲେ ଭାରତରେ ବ୍ରିଟେନ ସ୍ଥିତି ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି।

Image Source : PTI

କରୋନା ଭୂତାଣୁ ପ୍ରତି ମାସରେ ନିଜର ରୂପ ବଦଳାଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ପୂର୍ବରୁ ମଧ୍ୟ କରୋନାର ନୂଆ ନୂଆ ରୂପ ଦେଖିବାକୁ ମିଳିଥିଲା। କିନ୍ତୁ ନିକଟରେ ବ୍ରିଟେନରେ ଯେଉଁ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି ତାହା ପୂର୍ବ ଷ୍ଟ୍ରେନଗୁଡ଼ିକ ତୁଳନାରେ ଅଧିକ ସଂକ୍ରାମକ। ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି, ଏହି ଷ୍ଟ୍ରେନ ପୁରୁଣା ଭୂତାଣୁଠାରୁ ୫୬% ଅଧିକ ବିପଜ୍ଜନକ ଏବଂ ୭୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇପାରେ। ଏହା ଦ୍ବାରା ୨୦୨୧ରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ।

- Advertisement -

ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନରେ ସେଣ୍ଟର ଫର ମ୍ୟାଥମେଟିକାଲ ମଡେଲିଂ ଅଫ ଇନ୍‌ଫେକ୍ସିଅସ ଡିଜିଜ ପକ୍ଷରୁ ପ୍ରକାଶିତ ଗବେଷଣା ରିପୋର୍ଟ ଅନୁସାରେ, ନଭେମ୍ବରରେ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଦ୍ରୁତଗତିରେ ବ୍ୟାପିଥିବା ଏହି ଷ୍ଟ୍ରେନ୍‌ କାରଣରୁ ଆଗାମୀ ବର୍ଷ କୋଭିଡ-୧୯ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ମୃତ୍ୟୁ ସଂଖ୍ୟା ଅଧିକ ହେବ।

ନୂଆ ଷ୍ଟ୍ରେନ ଯୋଗୁ ଏବେ ବ୍ରିଟେନରେ ଦୈନିକ ୫୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୮ ଦିନ ଧରି ପ୍ରତିଦିନ ୫୦ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ସାରା ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ସ୍କୁଲ, କଲେଜ ବନ୍ଦ ରହିଛି। ଘରେ ଦେଶବାସୀ ବନ୍ଦୀ ହୋଇ ରହିଛନ୍ତି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ନୂଆ ଷ୍ଟ୍ରେନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ବ୍ରିଟେନକୁ ୮ ତାରିଖରୁ ପୁଣି ବିମାନ ଚଳାଚଳ କରିବ ବୋଲି ସରକାର ଘୋଷଣା କରିଛନ୍ତି।

ଏବେଠାରୁ ଜନସାଧାରଣ ସତର୍କ ନ ହେଲେ ଭାରତରେ ବ୍ରିଟେନ ସ୍ଥିତି ଉପୁଜିବ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରେ କରୋନା କଟକଣା କୋହଳ ହୋଇସାରିଛି। କିନ୍ତୁ ଲୋକଙ୍କ ଭିତରେ ଆଗ ତୁଳନାରେ ଅଧିକ ସତର୍କତା ଦେଖିବାକୁ ମିଳୁନାହିଁ। ଅଧିକାଂଶ ସ୍ଥାନରେ ଲୋକମାନେ ମାସ୍କ ପିନ୍ଧିବା ଦେଖିବାକୁ ମିଳୁ ନ ଥିବାବେଳେ ସାମାଜିକ ଦୂରତା ରକ୍ଷା କରିବା ସେମାନଙ୍କ ପକ୍ଷେ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି।

ଦେଶରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବାବେଳେ ନୂଆ ଷ୍ଟ୍ରେନ ଚିନ୍ତାର କାରଣ ପାଲଟିଛି। ବ୍ରିଟେନରେ ନୂଆ ଷ୍ଟ୍ରେନ ଠାବ ହେବା ପରେ ସେଠାରେ ଦ୍ରୁତ ଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ବିଶ୍ଵବାସୀ ଏବେ ବି ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର କରିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୭୪ ହଜାର ୯୩୨ରେ ପହଞ୍ଚିଥିବାବେଳେ ୧ଲକ୍ଷ ୫୦ ହଜାର ୧୧୪ ଜଣ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୨୧,୩୧୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୬୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories