www.samajalive.in
Tuesday, December 9, 2025
26.1 C
Bhubaneswar

ଅପପ୍ରଚାରରୁ ଭାଙ୍ଗିଲା ବିବାହ; ଫିନାଇଲ ପିଇଲେ ଯୁବତୀ, ଅବସ୍ଥା ଗୁରୁତର

ଗୋପାଳପୁର/ବ୍ରହ୍ମପୁର: ଅପପ୍ରଚାର ଯୋଗୁ ଭାଙ୍ଗିଗଲା ବିବାହ। ମର୍ମାହତ ହୋଇ ଫିନାଇଲ ପିଇଦେଲେ ଯୁବତୀ। ଆଉ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହେବା ସହ ଜୀବନ ସହ ସଂଗ୍ରାମ କରୁଛନ୍ତି। ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାପ୍ରକାରେ ଏହି ଯୁବତୀଙ୍କ ବିବାହ ନିକଟସ୍ଥ ଗ୍ରାମର ଜଣେ ଯୁବକଙ୍କ ସହ ଫେବୃୟାରୀ ମାସରେ ସ୍ଥିର ହୋଇସାରିଥିଲା। ହେଲେ ଏହା ପୂର୍ବରୁ ଅର୍ଥାତ ଗତ ୨୮ ତାରିଖରେ ଗ୍ରାମର କିଛି ଯୁବକ ସଂପୃକ୍ତ ଯୁବତୀଙ୍କ ନାଁରେ ପ୍ରଚାରପତ୍ର ବଣ୍ଟନ କରିଥିଲେ। ଯୁବତୀଙ୍କୁ ବଦନାମ ଅତି କଦର୍ଯ୍ୟ ଭାଷାରେ ବିଭିନ୍ନ କଥା ଲେଖି ପ୍ରଚାରପ୍ରତ୍ର ବଣ୍ଟନ କରିଥିଲେ। ଏପରିକି ଅଭିଯୁକ୍ତମାନେ ବିବାହ ଠିକ ହୋଇଥିବା ସଂପୃକ୍ତ ଯୁବକଙ୍କ ଗ୍ରାମରେ ମଧ୍ୟ ପ୍ରଚାର ପତ୍ର ବାଣ୍ଟିଥିଲେ। ଘଟଣା ଜଣାପଡ଼ିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଗତ ୨ ତାରିଖରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇ ଏଥିରେ ଗ୍ରାମର ଏକାଧିକ ଯୁବକଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଥିଲେ। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଯୁବତୀଙ୍କ ନାଁରେ ବିଭିନ୍ନ କଥା ଶୁଣିବା ଓ ପଢିବା ପରେ ସଂପୃକ୍ତ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ବିବାହ କରିବାକୁ ମନା କରିବା ସହ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିଲେ। ସେଥିରେ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଆଉ ମର୍ମାହତ ହୋଇ ମଙ୍ଗଳବାର ସକାଳେ ଯୁବତୀ ଜଣଙ୍କ ଶୌଚ ହେବାକୁ ଯାଇଥିବା ବେଳେ ଫିନାଇଲ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଏମକେସିଜି ମେଡିକାଲ କଳେଜ ଓ ହସପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଯୁବତୀଙ୍କ ଚିକିତ୍ସା କାଜୁଆଲିଟିରେ ଚାଲିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଏପଟେ ପୁଲିସ ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ପଚାରଉଚରା କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଇଜତମହତ ଚାଲିଯାଇଥିବାରୁ ଝିଅ ଫିନାଇଲ ପିଇ ଦେଇଥିବା ନେଇ ଯୁବତୀଙ୍କ ମାଆ ସୂଚନା ଦେବା ସହ ଏହି ଘଟଣାରେ ସଂପୃକ୍ତ ଥିବା ଯୁବକଙ୍କ ବିଷୟରେ ସୂଚନା ଦେଇ ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ଅଧିକ ପଚାରଉଚରା ଜାରି ରହିବା ସହିତ ଆଉ କେଉଁ ମାନେ ସାମିଲ ରହିଛନ୍ତି ତାହାର ତଦନ୍ତ କରାଯାଉଛଇ ବୋଲି ଥାନାଅଧିକାରୀ ବାବୁଲି ନାୟକ କହିଛନ୍ତି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories