www.samajalive.in
Tuesday, December 9, 2025
16.1 C
Bhubaneswar

ଏସଆଇଟିରେ ସାବାଳକ, ପୋକ୍ସୋ କୋର୍ଟରେ ନାବାଳକ – ଅଡୁଆରେ ପରି ହତ୍ୟା ତଦନ୍ତ

ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ପୋକ୍ସୋ କୋର୍ଟ ଗିରଫ ସରୋଜ ସେଠୀଙ୍କୁ ନାବାଳକ ଦର୍ଶାଇବାରୁ ଘଟଣା ନୂଆ ମୋଡ ନେଇଛି। ପୂର୍ବରୁ ଏସ୍‌ଆଇଟି ତଦନ୍ତ ଏବଂ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ ବେଳେ ସରୋଜକୁ ସାବାଳକ ଦର୍ଶାଇଥିବା ଏସଆଇଟି ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ କିନ୍ତୁ ସାବାଳକ ପ୍ରମାଣ କରିବାରେ ବିଫଳ ହୋଇଛି। ପ୍ରତିପକ୍ଷ ଓକିଲ ଅଭିଯୁକ୍ତଙ୍କ ମାଟ୍ରିକ ସାର୍ଟିଫିକେଟ ଓ ଜନ୍ମ ପ୍ରମାଣପତ୍ର ଦାଖଲ କରିବା ପରେ ସେ ନାବାଳକ ହୋଇଥିବା ପ୍ରମାଣିତ ହୋଇଛି ଯାହା ଫଳରେ କୋର୍ଟ ଏସଆଇଟିକୁ ନାର୍କୋ ପରୀକ୍ଷା ପାଇଁ ଅନୁମତି ଦେଇନାହାନ୍ତି।

ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତଙ୍କ ନାର୍କୋ ପରୀକ୍ଷା ହେବେ କି ନାହିଁ ତାହା ବିଚାର କରିବେ। ତେବେ କେଉଁ ଆଧାରରେ ସମ୍ପୃକ୍ତ ନାବାଳକଙ୍କୁ ଏସଆଇଟି ମୁଖ୍ୟ ସାବାଳକ ଦର୍ଶାଇଲେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ଅନ୍ୟପକ୍ଷରେ ସାବାଳକ ଦର୍ଶାଇ ପୂର୍ବରୁ ହୋଇଥିବା ସମସ୍ତ ପରୀକ୍ଷା ଓ ତତ ସମ୍ପର୍କିତ ରିପୋର୍ଟ କୋର୍ଟରେ ଗ୍ରହଣୀୟ ହେବେ କି ନାହିଁ ତାହା ପରବର୍ତ୍ତୀ ସମୟରେ କୋର୍ଟରେ ବିଚାର ହେବ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories